Latest Odisha News

BREAKING NEWS

ଟିକ୍‌ଟକକୁ କିଣିବା ନେଇ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ମଧ୍ୟରେ ମୁକାବିଲା ଆରମ୍ଭ

ୱାଶିଂଟନ: ବିଶ୍ୱର ଅଗ୍ରଣୀ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ଏବେ ଟିକ୍‌ଟକର ଆମେରିକା ବ୍ୟବସାୟ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଉଭୟ କମ୍ପାନୀ ଚୀନ ସ୍ୱତ୍ୱାଧିକାରୀ ବାଇଟଡ୍ୟାନ୍ସ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏବେ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ମଧ୍ୟରେ ଏ ନେଇ ମୁକାବିଲା ଆରମ୍ଭ ହୋଇଛି ।

କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଟଡ୍ୟାନ୍ସକୁ ଆମେରିକା ଛାଡିବା ନେଇ ୪୫ ଦିନ ସମୟ ଦେଇଛନ୍ତି । କମ୍ପାନୀ ଏହି ସମୟ ମଧ୍ୟରେ ଟିକଟକ ଆମେରିକା ବ୍ୟବସାୟ ବିକ୍ରି ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ମତରେ ମାଇକ୍ରୋସଫ୍ଟ କମ୍ପାନୀ ଏହି ଦୌଡରେ ଆଗରେ ରହିଛି । ସୂଚନାଯୋଗ୍ୟ ଭାରତ ଚୀନର ଟିକଟକ ସମେତ ଅନେକଗୁଡିଏ ଆପ୍ ବ୍ୟାନ କରିଛି ।

Leave A Reply

Your email address will not be published.