Latest Odisha News

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ଉପକଣ୍ଠରେ ଅବସ୍ଥିତ ଏକ ଫାର୍ମ ହାଉସରେ ଥିବା ପୋଖରୀରେ ବୁଡି ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତିଙ୍କ ନାମ ସନ୍ତୋଷ ବଳିୟାର ସିଂହ ଏବଂ ସେ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ପ୍ରାୟ ଦ୍ୱିପ୍ରହର ୧ଟା ୩୦ମି. ସମୟରେ ସନ୍ତୋଷ ବିଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲା । ପରେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ ।

ଖୋଜାଖୋଜି କରିବା ବେଳେ ତାଙ୍କର ମୃତଦେହ ପୋଖରୀରେ ଭାସୁଥିବା ପରିବାର ସଦସ୍ୟ ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.