Latest Odisha News

BREAKING NEWS

ଛତିଶଗଡ଼ରେ ମାଓବାଦୀ ଆକ୍ରମଣ: ବସରେ ବିସ୍ଫୋରଣ ଘଟି ୩ଜଣଙ୍କ ସମେତ ଜଣେ ଯବାନ ସହିଦ

ଦାନ୍ତେୱାଡ଼ା: ଛତିଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀମାନେ ଏକ ବସରେ ବିସ୍ଫୋରଣ ଘଟାଇବାରୁ ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ଉତ୍ତେଜନାପ୍ରବଣ ଅଞ୍ଚଳକୁ ଏହି ବସଟି ଯାଉଥିଲା । ବସରେ ଥିବା ଜଣେ ସିଆଏସଏଫ ଯବାନ ଏହି ବିସ୍ଫୋରଣରେ ସହିଦ ହୋଇଛନ୍ତି ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦାନ୍ତେୱାଡ଼ା ଜିଲ୍ଲାରେ ବିଧାନସଭା ନିର୍ବାଚନରେ ସିଆଇଏସଏଫ ଲାଗି ଏହି ଘରୋଇ ବସଟି ନିୟୋଜିତ ହୋଇଥିଲା । ବସଟିରେ ମାଓବାଦୀମାନେ ପୂର୍ବରୁ ବିସ୍ଫୋରକ ରଖିଥିବା ଯୋଗୁଁ ବଛେଲୀ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା ।

ଏହା ଫଳରେ ବସରେ ଥିବା ୩ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିବା ସହିତ ଏଥିରେ ଥିବା ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।

Leave A Reply

Your email address will not be published.