Latest Odisha News

BREAKING NEWS

ରିଲିଜ ହେଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’, ଏକାଠି ନଜର ଆସୁଛନ୍ତି ଅମିର-ଅମିତାଭ ଯୋଡି

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଅମିତାଭ ବଚ୍ଚନ ଓ ଅମିର ଖାନଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମ ବଡ ପରଦାରେ ଦୀପାବଳିର ଗୋଟେ ଦିନ ପରେ ଅର୍ଥାତ୍ ନଭେମ୍ବର ୮ରେ ରିଲିଜ ହୋଇଯାଇଛି ।

ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକମାନେ ବଲିଉଡର ବିଗ୍ ବି ଓ ମିଷ୍ଟର ପରଫେକ୍ଟସନିଷ୍ଟଙ୍କ ଯୋଡିକୁ ଏକାଠି ଦେଖିବେ । ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍ ଓ ଫାତିମା ଶେଖ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଥିବାବେଳେ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମର ଫାଷ୍ଟ ଲୁକ୍ ଏବଂ ଟ୍ରେଲରକୁ ଦର୍ଶକ ଙ୍କ ଭଲ ରେସପୋନ୍ସ ମିଳିପାରିଥିଲା ବେଳେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଆଶା କରାଯାଉଛି ।

ଏହା ଏକ ପିରିଅଡିକ୍ ଫିଲ୍ମ ଓ ଏଥିରେ ବଲିଉଡର ଦୁଇ ପ୍ରସିଦ୍ଧ ଫେମସ୍ ଅଭିନେତା ରହିଥିବା ରୁ ଏହା ବକ୍ସ ଅଫିସରରେ ଭଲ କଲେକ୍ସନ କରିପାରିବ ବୋଲି ଫିଲ୍ମ ଅନାଲିଷ୍ଟ ମାନେ ସମୀକ୍ଷା କରୁଛନ୍ତି ।

Leave A Reply

Your email address will not be published.