କେନ୍ଦୁଝର: ଗତକାଲି ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ । ଏଥିରେ ଆଶାନୁରୂପ ମାର୍କ ନରଖିଥିବା କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ବଡ଼ଦାଣ୍ଡ ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା ଅଭିଯୋଗ ହୋଇଛି ।
ମୃତ ପରୀକ୍ଷାର୍ଥୀଙ୍କ ନାମ ଅଭିଷେକ ମିଶ୍ର ବୋଲି ଜଣାପଡିଛି। ଖବର ଅନୁଯାୟୀ, ଅଭିଷେକ ସେହି ଅଞ୍ଚଳର ଏକ ଘରୋଇ କଲେଜରେ +2 ବିଜ୍ଞାନ ପଢୁଥିଲେ । ଗତକାଲି ଘୋଷିତ ହୋଇଥିବା ନିଜ ମାର୍କକୁ ନେଇ ଖୁସି ନଥିଲେ। ପରେ ସନ୍ଧ୍ୟାରେ ଏକ ବନ୍ଦ ଘରୁ ତାଙ୍କ ଝୁଲୁଥିବା ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରୁମର ଗ୍ରିଲ ଭାଙ୍ଗି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଡାକ୍ତରଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିଲା।
Comments are closed.