Latest Odisha News

BREAKING NEWS

ଆଜି ଓଡ଼ିଶା ହାଇକୋର୍ଟରେ ଓକିଲ-ପୋଲିସ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟରେ ଆଜି ଆଇନଜୀବୀ ଓ ପୋଲିସଙ୍କ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି ଅନୁଷ୍ଠିତ ହେବ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ୍ ଆଇଜି ସନ୍ତୋଷ ଉପାଧ୍ୟାୟ ଏହି ଘଟଣାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛିି ।

ଅନ୍ୟପକ୍ଷରେ, ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେଉଛି । ଆନ୍ଦୋଳନକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ହାଇକୋର୍ଟ ଅକ୍ଟୋବର ୩୦ ତାରିଖରେ ରାଜ୍ୟ ପୋଲିସ ବିଭାଗକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.