Latest Odisha News

BREAKING NEWS

ରାଜ୍ୟର ଶିଳ୍ପ ବିକାଶକୁ ନେଇ ବିଜେପି ପକ୍ଷରୁ ଅଭିଯୋଗ

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା କେବଳ ଆତ୍ମପ୍ରଚାର ପାଇଁ ଏବଂ ଓଡିଶାର ରେଳବିକାଶ ସହ ଶିଳ୍ପ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ “ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନକରିବା କାରଣରୁ ଓଡିଶାର ରେଳବିକାଶ ସହ ଶିଳ୍ପବିକାଶ ପ୍ରଭାବିତ ହୋଇଛି” ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ କରିବାରେ ବିଳମ୍ବ କାରଣରୁ ରାଜ୍ୟର ଅନ୍ୟୁନ ୭ଟି ରେଳ ପ୍ରକଳ୍ପ କାମ ଆଗକୁ ବଢିପାରୁନାହିଁ । ଏହି ୭ଟି ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୧୦୪୨ କିମି । ଏଥିରେ ୧୨,୩୨୧ କୋଟିଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଶ୍ରୀ ହରିଚନ୍ଦନ କହିଛନ୍ତି ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ଭିତିଭୂମିର ଦୃଢ ବିକାଶ ପାଇଁ ନୀତିଗତ ନିଷ୍ପତି ନେବା କାରଣରୁ ଓଡିଶା ଭଳି ରାଜ୍ୟର ରେଳପଥ ଓ ସଡକ ପଥ ବିକାଶ ପାଇଁ ନୂଆ ସୁଯୋଗର ସୁତ୍ରପାତ ହୋଇଛି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.