Latest Odisha News

BREAKING NEWS

ନଭେମ୍ବର ୧୨ରୁ ‘ନବନିର୍ମାଣ କୃଷକ ସଂଗଠନ’ର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଦାବି ପୂରଣ ଲାଗି ‘ନବନିର୍ମାଣ କୃଷକ ସଂଗଠନ’ ଆସନ୍ତା ନଭେମ୍ବର ୧୨ ତାରିଖରୁ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି ।

‘ନବନିର୍ମାଣ କୃଷକ ସଂଗଠନ’ର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନାଦେଇ କହିଛନ୍ତି, ନଭେମ୍ବର ୧୨ ତାରିଖରୁ ରାଜ୍ୟର ସମସ୍ତ ପଞ୍ଚାୟତ ଅଫିସ ସମ୍ମୁଖରେ କୃଷକମାନେ ସତ୍ୟାଗ୍ରହ କରିବେ ଏବଂ ଏଥିସହିତ ନଭେମ୍ବର ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଥାନାକୁ ଘେରାଓ କରାଯିବ ।

“ଯଦି ରାଜ୍ୟ ସରକାର ନଭେମ୍ବର ୧୫ ତାରିଖ ସୁଦ୍ଧା ଦାବି ପୂରଣ ନ’କରନ୍ତି, ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ କୃଷକ ସଂଗଠନ ରାଜ୍ୟବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ କରିବ,”ବୋଲି ଅକ୍ଷୟ କୁମାର କହିଛନ୍ତି ।

ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ରାଜ୍ୟ ସରକାରଙ୍କ ଆମନ୍ତ୍ରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଅକ୍ଷୟ କୁମାର କହିଛନ୍ତି, ସଂଗଠନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବ କିନ୍ତୁ, ୩୬ ଲକ୍ଷ କୃଷକଙ୍କ ଲାଗି ୨୧ ହଜାର ୬ ଶହ କୋଟି ଟଙ୍କାର ସୁରକ୍ଷା ଭତ୍ତା ଦାବି ପୂରଣ ହେବାପରେ ।

Leave A Reply

Your email address will not be published.