Latest Odisha News

BREAKING NEWS

NEET ଓ JEE ସ୍ଥଗିତ ରଖିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ହେବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବ NEET ଓ JEE ମେନ୍ । ପ୍ରବେଶିକା ପରୀକ୍ଷା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର୍. ଗଭାଇ ଓ ଜଷ୍ଟିସ କ୍ରିଷ୍ଣ ମୂରାରୀଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ୧୧ଟି ଆବେଦନର ଶୁଣାଣି କରି ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଜଷ୍ଟିସ ଅରୁଣ ମିଶ୍ର କହିଥିଲେ, ଜୀବନ ଅଟକି ଯିବନି । ପ୍ରତିଷେଧକମୂଳକ ବ୍ୟବସ୍ଥା ସହ ଆମକୁ ବଢ଼ିବାକୁ ହେବ । ପିଲାମାନଙ୍କର ଗୋଟିଏ ବର୍ଷ କଣ ବେକାର ଯିବ ? ଜାତୀୟ ପରୀକ୍ଷା ଏଜେନ୍ସୀ (NTA) ନିଷ୍ପତ୍ତିରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଉ ବିପଦରେ ପକାଯାଇ ପାରିବ ନାହିଁ । ଏଥିପାଇଁ NEET ଓ JEE ଉପରେ ସ୍ଥଗିତାଦେଶ ଜାରି ନେଇ ହୋଇଥିବା ଆବେଦନକୁ ଖାରଜ କରି ଦିଆଯାଇଛି ।

ଜେଇଇ ମେନ୍ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧-୬ ତାରିଖ ଭିତରେ ହେବ । ସେହିପରି NEET ସେପ୍ଟେମ୍ବର ୧୩ ତାରିଖରେ କରିବା ନେଇ ତାରିଖ ଧାର‌୍ୟ୍ୟ ହୋଇଛି । କରୋନା ମହାମାରୀ ଯୋଗୁ ଏବର୍ଷ ପ୍ରବେଶିକାରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.