Latest Odisha News

BREAKING NEWS

କଂଗ୍ରେସର ଚକାଜାମ୍ ସାଧାରଣ ଲୋକଙ୍କ ଗ୍ରହଣୀୟତା ଐତିହାସିକ ସଫଳତା ଆଣିଦେଲା – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ‘ଆଚ୍ଛେ ଦିନ୍’ର ନାରା ଦେଇ ଦେଶରେ କ୍ଷମତାକୁ ଆସିଥିବା ବିଜେପି ଦଳ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ଭାବରେ ବୃଦ୍ଧି କରିବା ଫଳରେ ଜନସାଧାରଣ ଘୋର ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ଜନସାଧାରଣଙ୍କର ମେରୁହାଡ ଭାଙ୍ଗି ଦେଇଛି । ଏହି ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଏବଂ କଟକ ନଗର ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସୋମବାର ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ୍ ୬ ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଓ କଂଗ୍ରେସ କର୍ମୀମାନେ ଭୁବନେଶ୍ୱରର ସମସ୍ତ ଛକ ଓ ପ୍ରବେଶ ପଥରେ ଉପସ୍ଥିତ ରହି ଜନସାଧାରଣଙ୍କୁ ଏହି ପ୍ରତିବାଦରେ ସାମିଲ ହେବାକୁ ନିବେଦନ କରିଥିଲେ । ବିଶେଷକରି ପେଟ୍ରୋଲ ଓ ଡିଜେଲ ବ୍ୟବହାରକାରୀ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସ୍ୱତଃସ୍ପୃତ ଭାବରେ ସାମିଲ ହୋଇ ଆନ୍ଦୋଳନକୁ ସଂପୂର୍ଣ୍ଣ ସଫଳ କରିଥିଲେ । ଏହି ମୂଲ୍ୟ ବୃଦ୍ଧି ଲୋକମାନଙ୍କୁ ଅତ୍ୟନ୍ତ ବାଧୁ ଥିବାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଦୃଢ ଦାବି କରିଥିଲେ । ଏ ସଂପର୍କରେ ସରକାର ବିହିତ ପଦକ୍ଷେପ ନ ନେଲେ ଏହି ଆନ୍ଦୋଳନକୁ ବ୍ଲକ, ଜିଲ୍ଲା ସ୍ତରରେ ବ୍ୟାପକ କରାଯିବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ, ସାଂସଦ ରଞ୍ଜୀବ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ, ସେବାଦଳ ଅଧ୍ୟକ୍ଷ ବିରେନ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ, ଅଞ୍ଚଳ ବଟୁ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଭୂଷଣ ଦାସ, ରଜତ୍ ଚୌଧୁରୀ, ସତ୍ୟବ୍ରତ ପାତ୍ର, ଗଣେଶ୍ୱର ବେହେରା, ସୁରେଶ କୁମାର ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ଦେବୀପ୍ରସାଦ ବାହାଲିଆ, ପ୍ରଦୀପ ମହାପାତ୍ର, ସନତ୍ ଦାସ, ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଅଜିତ୍ ମଙ୍ଗରାଜ, ମାନସ ଆଚାର୍ଯ୍ୟ, ସ୍ମୃତିପ୍ରକାଶ ନନ୍ଦ, ଆଲୋକ ମହାନ୍ତି, ମନୋଜ ମହାପାତ୍ର, ରସିକ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ନାରାୟଣ ଜେନା, ସଂକୁନା କହଁର, ସୂର୍ଯ୍ୟନାରାୟଣ ପଣ୍ଡା, ସତ୍ୟବ୍ରତ ନାୟକ, ସୁବ୍ରତ ମହାପାତ୍ର, ରବିନ୍ଦ୍ର ଆଚାର୍ଯ୍ୟ, ରାଜକିଶୋର ବାରିକ, ଦୁର୍ଗାମାଧବ ମାହାଲା, କିରଣ ସାହୁ, ସୁମିତ୍ରା ଜେନା, ବିଣାପାଣି ସାମଲ, ଛବିରାଣୀ, ଶ୍ରେୟା ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ସ୍ୱାଧିନବାଳା ଦାସ, ଚିତ୍ରଲେଖା ମହାନ୍ତି, ନିରଞ୍ଜନ ନାୟକ, ସୋନାଲି ସାହୁ, ପ୍ରମୋଦ ସାହୁ, ନିହାର ବେହେରା, ଲିଙ୍ଗରାଜ ସାହୁ, ରତ୍ନାକର ବେହେରା, ବେଣୁଧର ଭୋଇ, ପ୍ରଣତୀ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ଦୀପକ ସାହୁ, ହିମାଂଶୁ ଲେଙ୍କା, ଜ୍ୟୋତିଷ ସାହୁ, ଅଭିଷେକ ମହାନନ୍ଦ, ସୁଶାନ୍ତ ବେହେରା, ନିହାର ବେହେରା, ଯୋଗୀନାଥ ବାହୁବଳେନ୍ଦ୍ର, ମନୋଜ ବିଶ୍ୱାଳ, ସ୍ୱାଗତିକା ପଟ୍ଟନାୟକ, କୈଳାସ ସାହୁ, ସୁଶାନ୍ତ ତ୍ରିପାଠୀ, ସୌଗତ ମହାନ୍ତି, ତ୍ରିନାଥ ବେହେରା, କନକଲତା ମଲ୍ଲିକ, ଭାଗ୍ୟଶ୍ରୀ ପ୍ରଧାନ, ଅଶୋକ ଦାସ, ହଳଧର ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ଜନସାଧାରଣ ସାମିଲ ହୋଇଥିଲେ ।

Leave A Reply

Your email address will not be published.