Latest Odisha News

BREAKING NEWS

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଅବଶ୍ୟ ଓଡ଼ିଶାରେ ପ୍ରାକ-ମୌସୁମୀ ଜନିତ ବୃଷ୍ଟିପାତ କେତେକ ସ୍ଥାନରେ ଅନୂଭୁତ ହୋଇସାରିଛି ।

ଭାରତୀୟ ପାଣିପାଗ ସଂସ୍ଥା ସତର୍କ କରିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ-ମଧ୍ୟ ବଙ୍ଗୋପସାଗରେ ଝଡ଼ ଅନୁଭୁତ ହେବା ଦ୍ୱାରା ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲା ଯଥା – ମାଲକାନଗିରି, କୋରାପୁଟ, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ତେବେ ପ୍ରବଳ ବର୍ଷାର ସମ୍ଭାବନା ରହିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଏବେବି ପାରଦ ପାଖାପାଖି ୪୦ ଡ଼ିଗ୍ରୀ ରହୁଛି । ରାଜ୍ୟର ତାପମାତ୍ରା ଜୁନ ୮ ତାରିଖରେ ମୌସୁମୀ ବୃଷ୍ଟିପାତ ପରେ ଧିରେ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.