Latest Odisha News

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ଡାକ୍ତରଖାନାରର ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ଦେଖା ଦେଇଛି ଉତ୍ତେଜନା l ମୃତ ମହିଳା ଜଣଙ୍କ ମାଲଗୋଦାମ ସର୍ଦାର ବସ୍ତିର ସୁଶୀଳା ଟପ୍ପୋ (୪୧) ବୋଲି ଜଣାପଡିଛିl

ସୂଚନାନୁଜୟୀ, ମାଲଗୋଦାମ ସ୍ଥିତ ସର୍ଦାର ବସ୍ତିରେ ସୁଶୀଳା ଏକାକୀ ରହୁଥିଲେ । ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପାଖ ପଡ଼ୋଶୀ ଚିକିତ୍ସା ପାଇଁ ଆରଜିଏଚକୁ ଆଣିଥିଲେ l

ତେବେ ଅଭିଯୋଗ ଅନୁଯାୟୀ, ରାତି ଡିଉଟିରେ ଥିବା ମହିଳା ଡାକ୍ତର ସୁଶୀଳାଙ୍କୁ ନଦେଖି ନିଜ କାମ କରିଥିଲେ l ପଡ଼ୋଶୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ l ଫଳରେ ମହିଳାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ଆଖି ବୁଜିଥିଲେ l

ଏହି ଘଟଣା ପରେ ବସ୍ତି ଲୋକ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ l ଡାକ୍ତରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ପାଟି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l

ଡିଏସପି, ରଘୁନାଥ ପାଲି ଥାନା ଅଧିକାରୀ ବିଜୟ ବିହାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା l ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଛି ।

Comments are closed.