ମୁମ୍ବାଇ: ସୁଶାନ୍ତ ସିିଂ ରାଜପୁତ କେସ୍ ସିବିଆଇ ହାତକୁ ନେଇଛି । ଏହାର ତଦନ୍ତ କାର୍ଯ୍ୟ ମଧ୍ୟ ସିବିଆଇ ଜୋରସୋରରେ ଆରମ୍ଭ କରି ଦେଇଛି । ରିପୋର୍ଟ ମୁତାବକ ଏସଆଇଟି ମୁମ୍ବାଇ ପୋଲିସର ଦୁଇ ଡେପୁଟି କମିଶନରଙ୍କୁ ପଚରା ଉଚରା କରିବ । ଏହି ଦୁଇ ଜଣ ହେଲେ ଅଭିଷେକ ତ୍ରିମୁଖ ଓ ପରଜିତ ସିଂ ଧାହିୟା । ସୁଶାନ୍ତ ମୃତ୍ୟୁ କେସର ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଏମାନେ କରିଥିଲେ ।
ମୁମ୍ବାଇ ପୋଲିସ ତଦନ୍ତକୁ ଅଣ ଦେଖା କରିଥିବା ସୁଶାନ୍ତଙ୍କ ପରିବାରବର୍ଗ ସମେତ ଅନ୍ୟମାନେ ଅଭିଯୋଗ ଆଣିଥିଲେ । ଏହି ଦିଗକୁ ମଧ୍ୟ ସିବିଆଇ ନଜର ପକାଇବ । ଏହା ପରେ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରକୁ ଯାଇ ଆପାର୍ଟମେଂଟକୁ ଛାନଭିନ କରିବ । ସୂଚନାଯୋଗ୍ୟ, ଆଜି ସୁଶାନ୍ତଙ୍କ ଉତରାଧିକାରୀ ଭାବେ ବାପା କେକେ ସିଂ ଆଇନଗତ ଭାବେ ଘୋଷଣା କରିଛନ୍ତି ।
Comments are closed.