Latest Odisha News

BREAKING NEWS

କରୋନାରୁ ମୁକ୍ତି ଦେବ ହଳଦୀ କ୍ଷୀର !

ଭୁବନେଶ୍ୱର: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଟୀକା ବାହାରିଥିବ କୁହାଯାଉଥିବା ବେଳେ ମଧ୍ୟ ଏହା ଏପର୍ଯ୍ୟନ୍ତ ମାସ ପ୍ରଡ଼କ୍ସନ ପାଇଁ ପ୍ରସ୍ତୁତ ହୋଇନାହିଁ। ହେଲେ ଅନ୍ୟପଟେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କତା ହିଁ ଏକ ମାତ୍ର ରାସ୍ତା ।

ଏହାର ମୁକାବିଲା ପାଇଁ ଲୋକେ ବିଭିନ୍ନ ଘରୋଇ ଉପାୟ ଅବଲମ୍ବନ କରି ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପାୟ କହିବୁ ଯାହା ଦ୍ୱାରା ଆପଣଙ୍କ ଶରୀର କରୋନା ସହ ଲଢ଼ିବାକୁ ଏକଦମ ପ୍ରସ୍ତୁତ ହୋଇଯିବ ।

ଆୟୁର୍ବେଦରେ ହଳଦୀ କ୍ଷୀର ଶରୀରକୁ ବିଷାକ୍ତମୁକ୍ତ କରିଥାଏ ବୋଲି କୁହାଯାଏ। ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ଯକୃତକୁ ସଫା କରିବାରେ ସହାୟକ ହୁଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚାହୁଁଥିଲେ ପ୍ରତିଦିନ ହଳଦୀ ମିଶା କ୍ଷୀର ସେବନ କରନ୍ତୁ। ପ୍ରତିଦିନ ଏହି ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ କ୍ୟାଲସିୟମ ମିଳିଥାଏ।

ଏହାକୁ ସେବନ କଲେ ଏହା ମାଂସପେଶୀ ଶକ୍ତ ହେବାରେ ସହାୟକ ହୁଏ। ଏହା ସହ ପେଟ ଅନେକ ସମସ୍ୟା ଦୂର ହୋଇଥାଏ।

Leave A Reply

Your email address will not be published.