Latest Odisha News

BREAKING NEWS

କିମ୍ ଜୋଙ୍ଗ ଉନ ମୃତ !

ପ୍ୟାଙ୍ଗୟଙ୍ଗ: ଏବେ କିଛି ଦିନ ହେବ ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ରବିବାର ସେ କୋମା ଷ୍ଟେଜରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସୋମବାର ରୟ କେଲୀ ନାମକ ଏକ ପତ୍ରକାର ଦୃଢ଼ତା ସହକାରେ କହିଛନ୍ତି କିମ୍ ଜୋଙ୍ଗ ଉନଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଲୋକଙ୍କୁ ଏହି ଘଟଣା ନ ଜଣାଇବା ପାଇଁ ସମସ୍ତ ପ୍ରକାର ଗୋପନୀୟତା ଅବଲମ୍ବନ କରାଯାଉଛି । ଭଉଣୀ କିମ୍ ୟୋ ଜୋଙ୍ଗଙ୍କୁ ସମସ୍ତ ଦାୟିତ୍ୱ ଇତି ମଧ୍ୟରେ ହସ୍ତାନ୍ତର କରାଯାଇ ସାରିଛି । କିଛି ମାସ ତଳୁ ସେ ଅସୁସ୍ଥ ରହୁଛନ୍ତି । ଦୁନିଆକୁ ଠକିବା ପାଇଁ ଫେକ୍ ଫଟୋ ଓ ଭିଡିଓ ପ୍ରକାଶ କରାଯାଉଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଉତରକୋରିଆ ପକ୍ଷରୁ କୌଣସି ଷ୍ଟେଟମେଂଟ ଜାରି କରାଯାଇ ନାହିଁ ।

Comments are closed.