Latest Odisha News

BREAKING NEWS

ବୁର୍ଲା ଭିସୁଟ ସହ ଏମଓୟୁ ସ୍ୱାକ୍ଷର କଲା ଇସ୍ରୋ

ଭୁବନେଶ୍ୱର: ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ସହ ମଙ୍ଗଳବାର ଦିନ ଏମଓୟୁ ସ୍ୱାକ୍ଷରିତ କରାଯାଇଛି ।

ଯାହା ଫଳରେ ଇସ୍ରୋ ପକ୍ଷରୁ ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥୀକ ସହାୟତା କରାଯିବ ।

ଇସ୍ରୋ ସେକ୍ରେଟାରୀ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ.କେ.ଶିବନ ଏବଂ ଭିସୁଟ୍ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ ଏଠାରେ ଏକକେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଆବଶ୍ୟକୀୟ ସମସ୍ତ ସୁବିଧା ଓ ବୈଷୟିକ ପରାମର୍ଶ ପ୍ରଦାନ କରାଯିବ । ଏପରିକି ଏକ ବିଜ୍ଞାନଗାର ବିକଶିତ କରିବା ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଯୋଗାଇ ଦିଆଯିବ ।

ଅପରପକ୍ଷେ ପ୍ରଥମ ଥର ପାଇଁ ଇସ୍ରୋ ଦେଶର ଏକ ବିଶ୍ୱବିଦ୍ୟାଳୟ ସହ ଗବେଷଣା ପାଇଁ ଚୁକ୍ତି କରିଛି ।

Leave A Reply

Your email address will not be published.