Latest Odisha News

ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ କରୋନା ବ୍ୟାପୁଛି: ICMR

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଛି କରୋନାର ରାଜ । ପ୍ରତିଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା । କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ ହିଁ ଏକମାତ୍ର ବିକଳ୍ପ । ତେଣୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କିନ୍ତୁ କିଛି ଦାୟିତ୍ୱହୀନ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏନେଇ ଆଜି ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଭାର୍ଗବ କହିଛନ୍ତି ।

ସେ କହିଛନ୍ତି ଦେଶରେ ଏବେ ୩ଟି ଟିକା ଅଗ୍ରଣୀ ସ୍ଥିତିରେ ରହିଛି । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପରୀକ୍ଷା କରାଯାଉଥିବା ଅକ୍ସଫୋର୍ଡ ଟିକା ଏବେ ୨ୟ ପର୍ଯ୍ୟାୟ ଶେଷ କରି ୩ୟ ପର୍ଯ୍ୟାୟକୁ ଯାଇଛି । ତେବେ ଅନ୍ୟ ଦୁଇଟି ଟିକା- ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକୋଭ-ଡି ୧ମ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛନ୍ତି । ସେଗୁଡ଼ିକର ପରୀକ୍ଷଣରୁ ମଧ୍ୟ ଉତ୍ସାହଜନକ ଫଳାଫଳ ମିଳିଛି ।

ଅନ୍ୟପକ୍ଷରେ ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ-୫ କରୋନା ଟିକା ବାବଦରେ ଦୁଇଦେଶ ପରସ୍ପର ଯୋଗାଯୋଗରେ ଅଛନ୍ତି । ଏହି ଟିକା ସଂପର୍କିତ କେତେକ ତଥ୍ୟ ରୁଷିଆ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି । ଆଇସିଏମଆର ଦ୍ୱାରା ପ୍ରସ୍ତୁତ ପ୍ରଥମ ଜାତୀୟ ସେରୋ ସର୍ଭେର ରିପୋର୍ଟ ଚଳିତ ସପ୍ତାହରେ ପ୍ରକାଶ ପାଇବ । ଏହା ଭାରତୀୟ ଭେଷଜ ଗବେଷଣା ଜର୍ନାଲରେ ପ୍ରକାଶ ପାଇବ । ୨ୟ ଜାତୀୟ ସେରୋ ସର୍ଭେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସଂପୂର୍ଣ୍ଣ ହେବ ବୋଲି ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.