Latest Odisha News

ଲକଡାଉନ୍ ଯୋଗୁଁ ସୃଷ୍ଟି ହୋଇଛି ଅର୍ଥନୈତିକ ସଂକଟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିଲା କଡା ଲକ୍‌ଡାଉନ୍ । ଏହି କଟକଣା ଯୋଗୁଁ ଆଦି ଦେଶରେ ବ୍ୟାପକ ଅର୍ଥନୈତିକ ସଂକଟ ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଗୋଟିଏ ଋଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି ।

ଏଥିସହ ମୋରାଟରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡିବ କି ନାହିଁ ସେ କଥା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି । ଏଯାଏଁ କେନ୍ଦ୍ର ସରକାର କାହିଁକି ଏହି ମାମଲାରେ ସତ୍ୟପାଠ ଦାଖଲ କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ ଅର୍ଥନୀତିରେ ଯେଉଁ ସଂକଟ ସୃଷ୍ଟି ହୋଇଛି, ସେଥିପାଇଁ ଜାରି ରହିଥିବା ଲକଡାଉନ୍ ହିଁ ଦାୟୀ ବୋଲି ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି। କେନ୍ଦ୍ର ସରକାର ଆମକୁ ଦୁଇଟି ପ୍ରସଙ୍ଗରେ ଅଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ବିପର୍ଯ୍ୟୟ ପ୍ରଶମନ ଆଇନ୍ ଓ ମୋରାଟରିୟମ୍ ପରିୟଡ ପରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ କି ନାହିଁ । ତାହା ସ୍ପଷ୍ଟ କରନ୍ତୁ ବୋଲି ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ।

Leave A Reply

Your email address will not be published.