Latest Odisha News

BREAKING NEWS

ବ୍ରହ୍ମ ବିଭ୍ରାଟ: ସେବାୟତ ଖୋଲିଲେ ପେଡ଼ି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଛି । ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣ ସେବାୟତଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଯିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଣେ ମହାରଣା ସେବାୟତ । ନବକଳେବର ବେଳେ ଶ୍ରୀଜୀଉମାନଙ୍କ ବ୍ରହ୍ମ ପରିବର୍ତ୍ତନ ସମୟ ବିଳମ୍ବ ହେବା ନେଇ ଦଇଦାପତି ସେବାୟତଙ୍କୁ ସେ ଦୋଷାରୋପ କରିଛନ୍ତି ।

ଏସମ୍ପର୍କରେ ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ ଦେବଦଳନ ରଥର ‘ମୁଖ୍ୟ ବିଶ୍ୱକର୍ମା’ ସେବାୟତ କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, “ଶ୍ରୀଜୀଉମାନଙ୍କ ବିଗ୍ରହ ନିର୍ମାଣରେ ଯେଉଁ ବିଳମ୍ବ ଘଟିଥିଲା ସେଥିରେ ମହାରଣାମାନଙ୍କର କୌଣସି ତ୍ରୁଟି ନଥିଲା ।”

“ଶ୍ରୀଜୀଉମାନଙ୍କର ବ୍ରହ୍ମ ପରିବତ୍ତର୍୍ନ ସମୟରେ ଯେଉଁ ବିଳମ୍ବ ଘଟିଥିଲା ସେଥିଲାଗି ଦଇତାପତି ସେବକମାନେ ସମ୍ପୂର୍ଣ୍ଣ ଭାବେ ଦାୟୀ । ଶ୍ରୀଜୀଉମାନଙ୍କ ଦାରୁ ଚୟନ ପରେ ଦାରୁର ଭିତର ଅଂଶ ଗାଢ ଥିବା ଜଣାପଡ଼ିଥିଲା । ଶ୍ରୀଜୀଉମାନଙ୍କ ବିଗ୍ରହ ନିର୍ମାଣରେ ଅତ୍ୟନ୍ତ କଷ୍ଟକର ହେବ ବୋଲି ଆମେ ମଧ୍ୟ ସେହି ସମୟରେ ଅବଗତ କରାଇଥିଲୁ । କିନ୍ତୁ ଏହା ପ୍ରତି କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା,”ବୋଲି କହିଛନ୍ତି ମହାରଣା ସେବାୟତ ।

ସେ ଆହୁରିମଧ୍ୟ ଅଭିଯୋଗ କରି କହିଛନ୍ତି, ଦଇଦାପତି ସେବାୟତମାନେ ଦାରୁ ଚୟନରେ ହେରଫେର କରିଛନ୍ତି ।

ଏହି ମହାରଣା ସେବକ କାରଣ ଦର୍ଶାଅ ନୋଟିସକୁ ଅପେକ୍ଷା କରିରହିଥିଲେ ।

ମହାରଣା ସେବକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସହ-ସମ୍ପାଦକ ବିନାୟକ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ପରମ୍ପରା ଅନୁଯାୟୀ ଦାରୁ ଚୟନ ହୋଇଛି । “କିନ୍ତୁ କୃଷ୍ଣଚନ୍ଦ୍ର ମହାରଣା ଶ୍ରୀଜୀଉଙ୍କ ଦାରୁ ଚୟନ ସମୟରେ ଆଦୌ ଦଇତାପତିମାନଙ୍କୁ ସହଯୋଗ କରିନଥିଲେ ।”

Leave A Reply

Your email address will not be published.