Latest Odisha News

BREAKING NEWS

ଅପରାଜିତା ଷଡ଼ଙ୍ଗୀଙ୍କ ‘ସ୍ୱେଚ୍ଛାକୃତ ଅବସର’ ନେବା ଆବେଦନକୁ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ (ଆଇଏଏସ)ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବାର ଆବେଦନକୁ ବୁଧବାର ଦିନ ଗ୍ରହଣ କରିଛନ୍ତି । ସେ ବିଜେପିରେ ଖୁବଶିଘ୍ର ଯୋଗ ଦେଇପାରନ୍ତି ।

“ଷଡ଼ଙ୍ଗୀ କୌଣସି ଭିଜିଲାନ୍ସ ମାମଲାରେ ଜଡ଼ିତ ନାହାନ୍ତି ଏବଂ ତାଙ୍କର କୌଣସି ପ୍ରଶାସନିକ କାର୍ଯ୍ୟରେ ଅବହେଳା ନାହିଁ ତଥା ତାଙ୍କ ବିରୋଧରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ………..ଆପଣ, ତେଣୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଶିଘ୍ର ଗ୍ରହଣ କରାଯାଉ”ଏହି ମର୍ମରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ, (ସାଧାରଣ ପ୍ରଶାସନିକ), ରବିନ୍ଦ୍ର ନାଥ ସାହୁ ଏକ ପତ୍ର କେନ୍ଦ୍ର କାର୍ମିକ, ଲୋକ ଶିକାୟତ ତଥା ପେନସନ ଓ ତାଲିମ ମନ୍ତ୍ରଣାଳୟକୁ ପଠାଇଛନ୍ତି ।

ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସେପ୍ଟେମ୍ବର ୧୫ ତାରିଖରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଇଛା ପ୍ରକାଶ କରି ଏହି ମର୍ମରେ ଏକ ପତ୍ର ମୁଖ୍ୟ ସଚିବଙ୍କୁ ପ୍ରଦାନ କରିଥିଲେ । ତାଙ୍କର ଏହି ଆବେଦନକୁ କେନ୍ଦ୍ରସରକାର ଅନୁମୋଦନ କରିବା ଲାଗି ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ।

ଅଧିକାରୀକ ସୂତ୍ରରୁ କୁହାଯାଇଛି, ଶ୍ରୀମତୀ ଷଡ଼ଙ୍ଗୀ ଯିଏକି ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଅଧିକାରୀଙ୍କୁ ଏବେ ସ୍ୱେଚ୍ଛାକୃତ ଅବସର ମିଳିପାରିବାର ସମସ୍ତ ରାସ୍ତା ଫିଟିଯାଇଛି । ଏହି କ୍ଷେତ୍ରରେ ଏବେ କୌଣସି ଅସୁବିଧା ନାହିଁ ଏବଂ କେନ୍ଦ୍ର ପକ୍ଷରୁ ଏହା ଶିଘ୍ର ମଞ୍ଜୁର ହେବାର ସମ୍ଭାବନା ରହିଛି ।

ଆଇଏଏସ ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ଯୋଗଦେବା ନେଇ କୌଣସି ସ୍ପଷ୍ଟ ମତ ରଖିନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ରାଜନୀତିରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ଲଢିବାକୁ ମନସ୍ଥ କରିଛନ୍ତି ।

ଅଧିକ ପଢନ୍ତୁ:  ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଯଦିଓ ଅପରାଜିତା ବିହାର ରାଜ୍ୟର ମୂଳ ବାସିନ୍ଦା କିନ୍ତୁ ସେ ତାଙ୍କର ବ୍ୟାଚମେଟ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଓଡ଼ିଶାକୁ ହିଁ ତାଙ୍କର କର୍ମସ୍ଥଳୀ ଭାବେ ବାଛିଛନ୍ତି । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ତାହା ପୂର୍ବରୁ ସେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ, ଉଚ୍ଚଶିକ୍ଷା ସଚିବ, କନସୋଲିଡ଼େସନ କମିଶନର ଏବଂ ବସ୍ତ୍ର ଓ ବୟନଶିଳ୍ପ ସଚିବ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.