Latest Odisha News

BREAKING NEWS

ଆଇଆରଡିଇର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡିଶା ବୈଜ୍ଞାନିକ

ଭୁବନେଶ୍ୱର: ଜଣେ ଓଡିଆ ଭାବେ ଶୁକ୍ରବାର ଦିନ ଡେରାଡୁନ ସ୍ଥିତ ଇନଷ୍ଟ୍ରୁମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଆଇଆରଡିଇ)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. ବିନୟ କୁମାର ଦାସ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଏକ ଗୁରୁତ୍ୱପୂର୍ଣ୍ଣ ଲାବରୋଟୋରୀ ଆଇଆରଡିଇର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ପ୍ରଥମ ଓଡିଆ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ଦାସ ୨୦୧୫ ମସିହା ନଭେମ୍ବର ମାସରୁ ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।

ତାଙ୍କ ସ୍ଥାନ ପ୍ରୁଫ୍ ଆଣ୍ଡ ଇକ୍ସପରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ)ର ନିର୍ଦ୍ଦେଶକ ଡି କେ ଯୋଶୀ ନେଇପାରନ୍ତି ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.