Latest Odisha News

BREAKING NEWS

ଆଇଏଏସ୍ ଉଷା ପାଢୀ ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି

ନୂଆଦିଲ୍ଲୀ: ଆଇଏଏସ୍ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ(ବିସିଏଏସ୍‌)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ସେ ଦାୟିତ୍ୱରେ ଯୋଗ ଦେଇଥିବା ବେଳେ ଏ ନେଇ ଶ୍ରୀମତୀ ପାଢୀ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ବିସିଏଏସ ଡିଜି ତାଲିକାରେ ଶେଷରେ ଶ୍ରୀମତୀ ଯୋଡି ହେଲା ।’ ପ୍ରଥମ ମହିଳା ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।
୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢୀ ଆଇପିଏସ୍ ଅଫିସର ରାକେଶ ଅସ୍ଥାନାଙ୍କ ସ୍ଥାନରେ ଏହି ଦାୟିତ୍ୱ ନେଇଛନ୍ତି । ରାକେଶ ଅସ୍ଥାନା ବିଏସଏଫର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀମତୀ ପାଢୀ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ଗତ ମେ ମାସରେ ଆଉ ଦୁଇ ବର୍ଷ ଏହାର ଅବଧି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.