Latest Odisha News

BREAKING NEWS

#‘ମି ଠୁ’ଜାଲରେ ଛନ୍ଦି ହେଲା ଆକାଶବାଣୀ, କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ‘ମି ଠୁ’ ଜାଲରେ ବହୁ ନେତା, ଅଭିନେତା, ଏପରିକି ଖେଳ ଜଗତ ଛନ୍ଦି ହୋଇପଡିଥିବାବେଳେ ଏବେ ଏଥିରେ ସାମିଲ ହୋଇଛି ‘ଅଲ ଇଣ୍ଡିଆ ରେଡିଓ’(ଆକାଶବାଣୀ)ର ନାମ ।

ଗତ କିଛି ଦିନ ହେବ ଅଲ ଇଣ୍ଡିଆ ରେଡିଓରେ ଯୌନ ଶୋଷଣର ଅନେକ ମାମଲା ସାମ୍ନାକୁ ଆସିବା ପରେ ଏନେଇ ଚିନ୍ତା ପ୍ରକଟ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

ଆହୁରି ମଧ୍ୟ ଆକାଶବାଣୀରେ କଣ୍ଟ୍ରାକ୍ଟରେ କାମ କରୁଥିବା ମହିଳା କର୍ମଚାରୀ ମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ସାମନାକୁ ଆସିବା ପରେ ଏସବୁ ଘଟଣାର ସଠିକ୍ ତଦନ୍ତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଚିଠିରେ ଉଲ୍ଲେଖ କରାଯାଇଥିବା ନେଇ ଜଣାପଡିଛି ।

ନିକଟରେ ଅଲ ଇଣ୍ଡିଆ ରେଡ଼ିଓର ଅନେକ ଷ୍ଟେସନରୁ ଯୌନ ଶୋଷଣ ତଥା ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସି ଥିଲା । ଏହି ଦୁର୍ବ୍ୟବହାର ବିରୋଧରେ ଅଭିଯୋଗ କରିବା ପରେ ସେମାନଙ୍କୁ କୌଣସି କାମ ଦିଆଗଲା ନାହିଁ । ଅଭିଯୋଗ ଫଳରେ ସେମାନଙ୍କୁ କାମ ଦିଆଯାଉନାହିଁ ଏବଂ ଆଉ କିଛିି ଚାକିରି ଚାଲିଯିବା ଭୟରେ କଣ୍ଟ୍ରାକ୍ଟରେ କାମ କରୁଥିବା କର୍ମଚାରୀ ନିଜ ସହ ହେଉଥିବା ଯୌନ ଶୋଷଣ ବିରୋଧରେ କୌଣସି ଅଭିଯୋଗ କରିପାରୁନାହାନ୍ତି ।

ଯାହାକୁ ନେଇ ଅଲ ଇଣ୍ଡିଆ ରେଡ଼ିଓ କାଜୁଆଲ ଆଣ୍ଡ କମ୍ପେରେସ ୟୁନିୟନ(ଏଆଇସିଏସିୟୁ) ମାନେକା ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଏହାପରେ ମାନେକା ଗାନ୍ଧୀ ଏହି ଘଟଣାରେ ହସ୍ତକ୍ଷେପ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ନିକଟକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.