Latest Odisha News

BREAKING NEWS

ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୂର୍ଗାପୂଜା

ଭୁୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱରରେ ଜମିବନି ଦୁର୍ଗାପୂଜା । ଚଳିତ ବର୍ଷ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜିତ ହେବ ଭୁବନେଶ୍ୱରରେ। ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି । ମାଇକ ମଧ୍ୟ ବାଜିବନି । କେବଳ ମନ୍ତ୍ରପାଠ ଲାଗି ମନ୍ତ୍ର ବାଜିବ କି ନାହିଁ ତା’ ଉପରେ ବିଚାର କରାଯିବ । ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ ।

ସେହିପରି ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ । ରାବଣ ପୋଡି କି ଭସାଣ ଉତ୍ସବ କରାଯିବ ନାହିଁ । କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଘର ଘର ବୁଲି ଚାନ୍ଦ ଆଦାୟ କରାଯିବ ନାହିଁ । ସ୍ୱଇଚ୍ଛାରେ ଯିଏ ଯାହା ଦେବ ତାକୁ ଗ୍ରହଣ କରାଯିବ । ଏଥିସହ ଲୋକେ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.