Latest Odisha News

BREAKING NEWS

ବେୟର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଖତରନାକ ଏଡଭେଞ୍ଚର୍ସ; ଦେଖନ୍ତୁ ଭିଡିଓ

..ଭୁବନେଶ୍ୱର: ଦୁନିଆର ସବୁଠୁ ଲୋକପ୍ରିୟ ଶୋ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବାକୁ ଯାଉଛନ୍ତି ।

ସୋମବାର ଦିନ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ବେୟର ଗ୍ରୀଲ୍ସଙ୍କ ସହ ଖତରନାକ ଏଡଭେଞ୍ଚର୍ସ କରୁଥିବା ନଜର ଆସୁଛନ୍ତି ଖିଲାଡି କୁମାର ଅକ୍ଷୟ ।

ସେ କ୍ୟାପସନରେ ଲେଖିଛନ୍ତି ଯେ “ମୋତେ ଜଣାଥିଲା ଯେ ବେୟର ଗ୍ରୀଲ୍ସଙ୍କ ସହ ୱାଲ୍ଡ ହେବା ପୂର୍ବରୁ କଠିନ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିବ । ହେଲେ ସେ ମୋତେ ହାତୀ ପୋପ୍ ଚା’ ପିଆଇ ଚକିତ କରିଦେଲେ । ସେବି କ’ଣ ଦିନ ଥିଲା” ।

ଏହି ଭିଡିଓରେ ଦୁଇ ଜଣ ଅନେକ ଖତରନାକ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି ।

ଅକ୍ଷୟଙ୍କ ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ସାମିଲ ହୋଇଥିଲେ । ଯେଉଁଥିରେ ସେମାନେ ବେୟର ଗ୍ରୀଲ୍ସଙ୍କ ସହ ଏଡଭେଞ୍ଚର୍ସ କରୁଥିବା ନଜର ଆସିଥିଲା ।

ଦର୍ଶକମାନେ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ଅକ୍ଷୟଙ୍କ ଏହି ଏପିସୋଡ୍ ସେପ୍ଟେମ୍ବର ମାସ ୧୧ ତାରିଖ ରାତି ୮ଟାରେ ଡିସ୍କୋଭରୀ ପ୍ଲସ୍ ଏବଂ ସେପ୍ଟେମ୍ବର ମାସ ୧୪ ତାରିଖ ରାତି ୮ଟାରେ ଡିସ୍କୋଭରୀ ଚାନେଲରେ ଦେଖିପାରିବେ ।

Leave A Reply

Your email address will not be published.