Latest Odisha News

BREAKING NEWS

ଆଜିଠୁ ଜେଇଇ ମେନ, ରାଜ୍ୟର ୭ସହରରେ ୨୬ ସେଣ୍ଟର

ଭୁବନେଶ୍ୱର: ଆଇଆଇଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସାରା ଦେଶରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ଆସନ୍ତା ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଓ ସତର୍ଭିକାମୂଳକ ପଦକ୍ଷେପ ଭିତରେ ପରୀକ୍ଷା ହେଉଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ।

ଦେଶରେ ମୋଟ୍ ୬୬୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ଦେବେ ପ୍ରାୟ ୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଦୁଇଟି ସିଟିଂରେ ହେଉଛି ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯-୧୨ଟା ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ଣ ୩ଟାରୁ ୬ଟା ଯାଏଁ ଚାଲିବ ।

ଓଡ଼ିଶାରୁ ଜେଇଇ ମେନ୍ ଦେଉଛନ୍ତି ପ୍ରାୟ ୩୮ ହଜାର ପରୀକ୍ଷାର୍ଥୀ । ଏଥିପାଇଁ ରାଜ୍ୟର ୭ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ସ୍ୱତନ୍ତ୍ର କୋଭିଡ୍ କଟକଣା ଭିତରେ ପରୀକ୍ଷା ହେଉଛି । ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ଗେଟ୍ ଖୋଲିଥିଲା । ଥର୍ମାଲ୍ ସ୍କ୍ରିନିଂ ପରେ ଭିତରକୁ ଯାଇଛନ୍ତି ପରୀକ୍ଷାର୍ଥୀ । ହଲ୍ ଭିତରେ ସାମାଜିକ ଦୂରତା ବଜାୟ ରଖି ସିଟିଂ ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାନିଟାଇଜ ସାଙ୍ଗରେ ନେଇ ଭିତରକୁ ଯାଇପାରିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.