Latest Odisha News

BREAKING NEWS

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି ।

୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଟିଆରସିଏସ୍ ୩୦୦୦ ରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ସହ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଟିଆରସିଏସ୍ ସହିତ, ସେମାନେ ଆହୁରି ମଧ୍ୟ ରିଲିଂ, ସ୍ପିନିଂ, ଫାବ୍ରିକ ପ୍ରିଣ୍ଟି ଏବଂ ଏମ୍ବ୍ରୋଡେରୀ ଆଦିର ତାଲିମ ପ୍ରଦାନ କରନ୍ତି ।

୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା ଟିଆରସିଏସ୍ ଭଗାମୁଣ୍ଡା ଠାରେ ଉଦଘାଟିତ ହୋଇଥିଲା। ଏଥିରେ ୧୦୦ ଟି ସୌର ଚାଳିତ ରି-ରିଲିଂ ମେସିନ୍, ୧୦ ଟି ରିଲିଂ ମେସିନ୍, ୫ ଟି ଡିଫ୍ଲୋସିଂ ମେସିନ୍, ୨ ଟି ବକ୍ ମେକିଂ ମେସିନ୍ ଏବଂ ୧ ଟି ଡିଜିଟାଲ୍ ଟେକ୍ସଟାଇଲ୍ ପ୍ରିଣ୍ଟିଂ ମେସିନ୍ ଅଛି।

Leave A Reply

Your email address will not be published.