ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସୋମନାଥପୁର ଗାଁରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଏକାଠି ମଦ ପିଇବା ସମୟରେ ସାଙ୍ଗର କୁରାଢ଼ୀ ଆକ୍ରମଣରେ ଅନ୍ୟ ଜଣେ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଦିଲୀପ ସେଠୀ (୩୧) ।
ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ମଲ୍ଲିକ ଦେଇଥିବା ସୁଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ମୃତ ଦିଲୀପ ସେଠୀ , କୁନା ବେହେରା ଓ ରଞ୍ଜନ ବେହେରା ଭୋଜି କରିବା ସହ ଏକାଠି ବସି ମଦ ପିଉଥିଲେ । ମଦ ପିଇବା ସମୟରେ କୁନା ଓ ଦିଲୀପଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ କୁନା ରାଗିଯାଇ ସେଠାରେ ଥିବା ଏକ କୁରାଢ଼ୀ ଆଣି ଦିଲୀପଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଲୀପଙ୍କର ମୃତ୍ୟୁ ହୋଇଛି।
ସୂଚନା ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଦିଲୀପଙ୍କ ବାପା ଦଳଗୋବିନ୍ଦ ସେଠୀ ଏନେଇ ଥାନାରେ ଏକ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୁକ୍ତ କୁନାକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Comments are closed.