Latest Odisha News

ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ : ଅନୁଭବ

କଟକ: ତିନି ଦିନ ହେଲାରେ ଚର୍ଚ୍ଚାରେ ଅଛନ୍ତି ଅନୁଭବ ଓ ବର୍ଷା । ସାରା ରାଜ୍ୟବାସୀ ସେମାନଙ୍କର ବିବାହ ବିଚ୍ଛେଦ ସମ୍ପର୍କୀତ ଖବରକୁ ନେଇ ଉତ୍ସୁକ ଥିବା ବେଳେ ଗଣମାଧ୍ୟମ ବି ବେଶ୍ ସଜାଗ ହୋଇଉଠିଛି ।

ତେବେ ଆଜି ଅପରାହ୍ନରେ ସାଂସଦ ଅନୁଭବ ମହାନ୍ତି ଗଣ ମାଧ୍ୟମକୁ ହାତ ଯୋଡି ଏକ ବିନମ୍ର ଅନୁରୋଧ କରିଛନ୍ତି । ତାଙ୍କ ବାପାଙ୍କ ଦେହ ଖରାପ ଥିବାରୁ ଗଣମାଧ୍ୟମଗୁଡିକ ତାଙ୍କ ଘରବାହାରେ ଭିଡ ନ ଜମାଇବାକୁ ସେ କହିଛନ୍ତି । ଟିଆରପି ଲଢେଇ ଯୋଗୁଁ ତାଙ୍କ ବାପାଙ୍କର ଯଦି କିଛି ହୋଇଯାଏ ଏଥି ପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ସହ ସେ ବର୍ଷା ଙ୍କ ତାଙ୍କ ଘରେ ରହିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଯଦି ବର୍ଷା ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି ତେବେ ସେ କାହିଁ ଅନୁଭବଙ୍କ ଘରେ ରହୁଛନ୍ତି । ତାଙ୍କ ପରିବାର ଲୋକେ ତାଙ୍କ ଝିଅ କିମ୍ବା ଭଉଣୀକୁ ସୁରକ୍ଷା ଦିଅନ୍ତୁ ବୋଲି ସେ କହିଛନ୍ତି ।

Comments are closed.