ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ୱାଇରେ ପହଂଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ହିମାଚଳରୁ ସେ କଡା ସୁରକ୍ଷାରେ ବିମାନ ବନ୍ଦରକୁ ଆସିଥିଲେ, ଏହାପରେ ବିମାନରେ ଯୋଗେ ସେ ମୁମ୍ବାଇ ପହଂଚିଛନ୍ତି । ସେପଟେ ମୁମ୍ବାଇ ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗମା ଦେଖିବାକୁ ମିଳିଛି । କଳାପତାକା ଧରି ଏୟାରପୋର୍ଟ ବାହାରେ ହଙ୍ଗାମା କରିଛନ୍ତି ଶିବସେନା କର୍ମୀ । ଶିବସେନା ସମର୍ଥକମାନେ କଳାପତାକା ଦେଖାଇ କଙ୍ଗନାଙ୍କୁ ବିରୋଧ କରିବା ସହ ‘ପାକିସ୍ତାନ ଚାଲିଯାଅ’ ବୋଲି ନାରା ଦେଇଥିଲେ । ସେପଟେ କରଣୀ ସେନା କାର୍ଯ୍ୟକର୍ତ୍ତା କଙ୍ଗନା ରଣାଓ୍ବତଙ୍କ ସମର୍ଥନରେ ଜୋରଦାର ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଏହାର ତଦନ୍ତକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଙ୍ଗନା । ବୟାନବାଜି ଭିତରେ ଶିବସେନା ନେତାଙ୍କ ସହ ମୁହାଁମୁହିଁ ହୋଇଥିଲେ । ମୁମ୍ବାଇକୁ ସେ ପିଓକେ ବୋଲି କହିବା ପରେ ବିବାଦ ତେଜିଥିଲା । ଏପରିକି ଶିବସେନା ନେତା କଙ୍ଗନାଙ୍କୁ ମୁମ୍ବାଇକୁ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାକୁ ନେଇ କଙ୍ଗନା କହିଥିଲେ, କାହାର ଯଦି ଦମ ଅଛି ତ ତାଙ୍କୁ ମୁମ୍ବାଇ ଯିବା ବେଲେ ରୋକି କି ଦେଖାନ୍ତୁ । ଅନ୍ୟପଟେ କଙ୍ଗନା ସୁରକ୍ଷା ଲୋଡିବାରୁ ତାଙ୍କୁ ୱାଇ କେଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।
ବୁଧବାର ଦିନ ମଧ୍ୟାହ୍ନରେ ସୁରକ୍ଷା ବଳୟ ସହ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । କଙ୍ଗନା ପହଞ୍ଚିବା ପରେ ଶିବସେନା ସମର୍ଥକ ତାଙ୍କୁ କଳାପତାକା ଦେଖାଇ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।
Comments are closed.