ନୂଆଦିଲ୍ଲୀ: ଚୀନ ସେନା ପିଏଲଏ କିଛି ବଡ ଧରଣର ଷଡଯନ୍ତ୍ର ରଚିବା ଆରମ୍ଭ କରୁଛି । ରିପୋର୍ଟ ମୁତାବକ ଚୀନ ଭାରତ ସୀମା ନିକଟରେ ଦେଶର ବିଭିନ୍ନ ସ୍ଥାନରୁ ସୈନ୍ୟ ଆଣି ଠୁଳ କରିବାରେ ଲାଗିଛି । ଏଥିରେ ବଡ ବଡ ଗାଡି, ବମ୍ବର୍ସ, ସ୍ପେଶାଲ ଫୋର୍ସର ସୈନ୍ୟ ଏବଂ ଅନ୍ୟ ଯୁଦ୍ଧ ସାମଗ୍ରୀ । ପଠାରୀ ଅଂଚଳରେ ପରିବହନରେ ନିୟୋଜିତ ହୋଇଥିବା ୨୦ ବିମାନ ନିୟୋଜିତ କରିଛି । ସେହିପରି ଉତର-ପଶ୍ଚିମ ମରୂଭୂମି ଅଂଚଳରେ ଯୁଦ୍ଧାଭ୍ୟାସ ଜୋରସୋରରେ ଚାଲିଛି ।
ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନଗୁଡିକ ଟ୍ରାଏଲ ଆରମ୍ଭ ହୋଇଯାଇଛି । ଅପରପକ୍ଷରେ ଭାରତ ଚୀନର ସମସ୍ତ ପଦକ୍ଷେପ ଉପରେ ତୀକ୍ଷଣ ନଜର ରଖିଛି । ଆମେରିକା, ଜାପାନ ପରି ଦେଶଗୁଡିକ ମଧ୍ୟ ଚୀନ ବିପକ୍ଷରେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି । ଯଦି ଚୀନ କିଛି ଭୁଲ ପଦକ୍ଷେପ ନିଏ ତାହାହେଲେ ତାହା ଡ୍ରାଗନ ପାଇଁ କ୍ଷତିକାରକ ହେବ ବୋଲି ଯୁଦ୍ଧ ବିଶେଷଜ୍ଞମାନେ କହିଛନ୍ତି ।
Comments are closed.