Latest Odisha News

BREAKING NEWS

ବାମ୍ଫି ଭିତରୁ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ଗୋଡ଼ି ସାହି ଗ୍ରାମ ପାଖରେ ଥିବା ଏକ ବାମ୍ଫି ଭିତରୁ ଗୋଟିଏ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ବାମ୍ଫି ଭିତରେ ପ୍ରାୟ ତିନି ଦିନ ହେଲା ପଡ଼ିରହିବା ପରେ ସାପ ଟି କୁ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ ।

ଖବର ମୁତାବକ, ଗତ ତିନି ଦିନ ପୂର୍ବେ ସ୍ଥାନୀୟ ଗ୍ରାମବାସୀ ଅଜଗର ଟି କୁ ବାମ୍ଫି ଭିତରେ ପଡିବାର ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ କର୍ମଚାରୀ କେବଳ ବାମ୍ଫି ନିକଟରୁ ବୁଲି ଫେରି ଯାଉଥିଲେ । ଆଜି ସକାଳୁ ସମୁଦାୟ 26 ଜଣ ବନ ବିଭାଗ କର୍ମଚାରୀ ଧରି ସ୍ଥାନୀୟ ଫରେଷ୍ଟର ସବିତା ରାଉତ ଜାଲ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଜି କିନ୍ତୁ ଆଉ ଅଜଗର ସାପ ଆଉ ଦେଖା ଯାଉ ନଥିଲା ।

ଏହାପରେ ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କ ଠାରୁ ଖବର ପାଇ ଏକ ଚାରି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।ବାମ୍ଫି ଭିତରେ ପଥର ଏବଂ ଇଟା ଯୋଡେଇ ପାଖରେ ଥିବା ଏକ ଖୋପ ଭିତରେ ଅଜଗର ପଶି ଯାଇଥିଲା । ଅଜଗର କୁ ସେଇ ଖୋପ ଭିତରେ ଦେଖିବା ପାଇଁ ପ୍ରଥମେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ବାମ୍ଫି ଭିତରେ ପଶିଲେ । ସାପ କୁ ଦେଖିବା ପରେ କେଞ୍ଚି ବାହାର କରିବାପାଇଁ ଚେଷ୍ଟା କରିବା ବେଳେ ସାପ ଲଳିତ ଙ୍କ ମୁହଁ କୁ ଆକ୍ରମଣ କଲା ହେଲେ ହେଲମେଟ୍ ଯୋଗୁଁ ଲଳିତ ରକ୍ଷା ପାଇଗଲେ ।

ଏହାପରେ ବାମ୍ଫି ଉପରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅମିତ୍ ସାହୁ ଏବଂ ସ୍ମୃତି ରଞ୍ଜନ ରାଉତ ସେଇ ବ୍ୟାଗ୍ ଟିକୁ ରଶି ସାହାଯ୍ୟ ରେ ଉପରକୁ ଟେକି ଆଣିଥିଲେ । ଅଜଗରଟିର ଲମ୍ବ ୧୨ ଫୁଟ ରୁ ଅଧିକ ଥିବା ବେଳେ, ନିକଟସ୍ଥ କପିଳାସ ଜଙ୍ଗଲରେ ବନ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.