Latest Odisha News

BREAKING NEWS

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ମହିଳାଙ୍କ ବ୍ୟଭିଚାର ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଶନିବାର ଦିନ ଜଣେ ୩୫ ବର୍ଷୀୟା ମହିଳା ବ୍ୟଭିଚାର ଅଭିଯୋଗ ଆଣିଛନ୍ତି ।

ଏହି ପୂର୍ବତନ ଜୁନିୟର କୋର୍ଟ ଆସିଷ୍ଟାଣ୍ଟ ଜଣକ ଶୁକ୍ରବାର ଦିନ ୨୨ଜଣ ବିଚାରପତିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି ଯେ, କିପରି ଗୋଗୋଇ ତାଙ୍କୁ ଅସଦାଚରଣ କରିଛନ୍ତି ଏବଂ ଏହାର ପ୍ରତିବାଦ କରିବା ପରେ ତାଙ୍କ ପଦବୀରୁ କିପରି ହଟାଇ ଦିଆଯାଇଛି ।‘Touched Me All Over’: CJI Gogoi Accused of Sexual Harassment https://www.thequint.com/news/india/chief-justice-of-india-ranjan-gogoi-sexual-harassment/card/d5be7c8c-c59d-44c4-b58d-b7ece4e0ad0a

ନ୍ୟାୟାଧୀଶ ଗୋଗୋଇଙ୍କ ବାସଭବନ କାର୍ଯ୍ୟାଳୟରେ ଗତବର୍ଷ ଅକ୍ଟୋବର ୧୧ ତାରିଖରେ ମହିଳା ଜଣକ କାର୍ଯ୍ୟ କରୁଥିବା ବେଳେ ସେ କିପରି ତାଙ୍କ ସହିତ ଯୌନ ଅତ୍ୟାଚାର କରିଥିଲେ ତାହା ସେ ଏହି ସତ୍ୟପାଠରେ ଦର୍ଶାଇଛନ୍ତି ।

ମାତ୍ର, ଜଷ୍ଟିସ ଗୋଗୋଇ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହିତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲଙ୍କ ଦ୍ୱାରା ଜଣାଇଛନ୍ତି ଯେ, ଏହା ମନଗଢା ଏବଂ କପୋଳକଳ୍ପିତ ।

‘ଦି କ୍ୱିଣ୍ଟ’ରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣକ ନ୍ୟାୟାଧୀଶଙ୍କ ବିରୋଧରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହା ସତ୍ୟପାଠ ମାଧ୍ୟମରେ ଶୁକ୍ରବାର ଦିନ ଦର୍ଶାଇଛନ୍ତି । ଏହି ସତ୍ୟପାଠରେ ସେ ଅଭିଯୋଗ କରିଛନ୍ତି “ ସେ ମୋ ଅଣ୍ଟା ଚାରିପଟକୁ ଧରି ଆଲିଙ୍ଗନ କଲେ, ଏବଂ ମୋ ଶରୀରର ସମସ୍ତ ଅଂଶକୁ ସ୍ପର୍ଶ କରିଲେ । ” ଏହି ସତ୍ୟପାଠରେ ମହିଳା ଜଣକ ଏହା ଉଲ୍ଲେଖ କରିଛନ୍ତି ।

ଅଭିଯୋଗକୁ ଖଣ୍ଡନ କରି ଗୋଗୋଇ କହିଛନ୍ତି, ବିଚାର ବିଭାଗ ଏବଂ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଦୁର୍ବଳ କରିବା ପାଇଁ ଅନେକ ଶକ୍ତି କାର୍ଯ୍ୟ କରୁଛନ୍ତି । ମୋ ବିରୋଧରେ ହୋଇଥିବା ଅଭିଯୋଗ ପଛରେ ଏକ ବଡ଼ ଶକ୍ତି ରହିଛି । ଯେଉଁ ମହିଳା ଏପରି ଅଭିଯୋଗ ଆଣିଛନ୍ତି ସେ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ତାଙ୍କ ବିରୋଧରେ ୨ଟି ଏତଲା ରହିଛି ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ବିଚାରପତି ଭାବେ ମୋର ୨୦ ବର୍ଷର କ୍ୟାରିୟର ପରେ ଆଜି ମୋ ପାଖରେ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ମୋ ନିଃସ୍ବାର୍ଥପର ସେବାର ମୂଲ୍ୟ ଆଜି ମିଳିଲା ।

ସୂଚନାଯୋଗ୍ୟ, ଉକ୍ତ ମହିଳା ପ୍ରଧାନ ବିଚାରପତିଙ୍କ ଘରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର‌୍ୟ୍ୟ କରୁଥିଲେ। ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ଗତବର୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ସମ୍ପର୍କିତ ମାମଲା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲା ଏବଂ ତାମିଲନାଡୁରୁ ଟଙ୍କା ଜବତ ସମ୍ପର୍କିତ ମାମଲାର ଶୁଣାଣି ହେବାର ଅଛି।

Leave A Reply

Your email address will not be published.