Latest Odisha News

BREAKING NEWS

କବାଟ ଭାଙ୍ଗି ନେଇଗଲେ ୧୨ ଭରି ସୁନା, ୨୧ ଭରି ରୁପା

ଅନୁଗୁଳ: ତାଳଚେର ସାଉଥବଲଣ୍ଡାର ଏକ କ୍ୱାଟରରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି। କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରି କରୁଥିବା ବେଳେ ସାଉଥବଲଣ୍ଡାର କ୍ୱାଟର ନମ୍ବର ବି- 52ରେ ରୁହନ୍ତି।

ବୁଧବାର ସେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କ୍ୱାଟରରେ ତାଲା ପକାଇ ନତଡା ଗାଁକୁ ଯାଇଥିଲେ। ଆଜି ସକାଳେ ସେ କ୍ୱାଟରକୁ ଫେରି କାଵଟ ଭଙ୍ଗା ଯାଇଥିବା ଦେଖିଥିଲେ। ଭିତରକୁ ଯାଇ ଦେଖିବା ବେଳକୁ ଘରର ଆଲମାରୀ ଓ ଅନ୍ୟାନ୍ୟ ଆସବାବ ପତ୍ର ଭଙ୍ଗା ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା, ଘରେ ଥିବା ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କୋଲିଆରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ କବାଟ ଭାଙ୍ଗି ଘରେ ପଶି ଏତେ ବଡ଼ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.