Latest Odisha News

BREAKING NEWS

ଆମେରିକାରେ ଭୟଙ୍କର ଝଡ଼ ତୋଫାନ: ୧୫ ଫୁଟ ଉଚ୍ଚରେ ଉଠିଲା ଜୁଆର

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି । ହରିକେନ୍ ଇଡାଲିଆ ଆମେରିକାର ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ୍ କରି ଧ୍ୱଂସର ତାଣ୍ଡବ ରଚିଛି । ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ।

ଆମେରିକାରେ ହରିକେନର ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ଇଡାଲିଆର ଧ୍ବଂସଲୀଳା ଆରମ୍ଭ ହୋଇଥିଲା  ।  ବହୁ ଅଞ୍ଚଳ ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଥିବାବେଳେ ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି ।

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଧିରେ ଧିରେ ଥମିବାକୁ ଲାଗିଥିଲା ଏବଂ ଆମେରିକାର ନ୍ୟାସନାଲ୍ ହରିକେନ ସେଣ୍ଟର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହା କ୍ରମଶଃ ଦକ୍ଷିଣ ଜର୍ଜିଆ ଦେଇ ଗତି କରିଥିଲା । ଝଡ଼ ଯୋଗୁଁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା।

ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଥିବାବେଳେ ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି।  ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ  ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

Leave A Reply

Your email address will not be published.