କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ବନଖଣ୍ଡ ଅନ୍ତର୍ଗତ କଣିହାଁ ଅଞ୍ଚଳରୁ ମିଳିଲା ଛୁଆ ହାତୀର ମୃତଦେହ । ସିପୁର ସେକ୍ସନ ଅଧୀନ କର୍ଣ୍ଣାପାଳ–ରଙ୍ଗିଆମୁଣ୍ଡା ଜଙ୍ଗଲରେ ପ୍ରାୟ ଦେଢ଼ ବର୍ଷ ବୟସର ଏକ ଅଣ୍ଡିରା ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ଛୁଆ ହାତୀଟିର ମୃତ୍ୟୁ କେଉଁ କାରଣରୁ ଘଟିଛି ତାହା ଜଣା ପଡିନାହିଁ । ମୃତ ହାତୀର ବ୍ୟବଚ୍ଛେଦ କରାଯିବା ସହ ନମୁନା ସଂଗ୍ରହ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଛୁଆ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।
Comments are closed.