Latest Odisha News

BREAKING NEWS

‘ଓଡିଶାକୁ ଶାସନ କରିପାରିବେନି ତାମିଲ, ଓଡିଆ ପୁଅ ହିଁ କରିବେ’

ସମ୍ବଲପୁର: ‘ଓଡିଶାର ସଂସ୍କୃତି, ସ୍ବାଭିମାନ ଓ ଓଡିଆ ଅସ୍ମିତାର ତଣ୍ଟି ଚିପୁଛନ୍ତି ନବୀନ । ଓଡିଶାରେ ତାମିଲ ବ୍ୟକ୍ତି ଶାସନ କରିପାରିବେ ନାହିଁ । ଓଡିଶାରେ ଶାସନ ଏଠିକାର ଭୂମିପୁତ୍ର ହିଁ କରିବ।’

ଆଜି ସମ୍ବଲପୁରବାସୀଙ୍କୁ ଉଦ୍ବୋଧନ ଦଉ ଦଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୂରା ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ନବୀନ ବାବୁ ଓଡିଆ ଉପରେ ବାବୁସାହି ଶାସନ ଜବରଦସ୍ତି ଚଲାଇଛନ୍ତି । ଓଡିଶାର ସଂସ୍କୃତି, ସ୍ବାଭିମାନ ଓ ଓଡିଆ ଅସ୍ମିତାର ତଣ୍ଟି ଚିପୁଛନ୍ତି ନବୀନ । ଓଡିଶାରେ ତାମିଲ ବ୍ୟକ୍ତି ଶାସନ କରିପାରିବେ ନାହିଁ । ଓଡିଶାରେ ଶାସନ ଏଠିକାର ଭୂମିପୁତ୍ର ହିଁ କରିବ । ଯିଏ ଓଡିଆ କହିପାରୁଥିବ । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଆଗକୁ ବଢାଇପାରୁଥିବ ।’

ଜଗନ୍ନାଥଙ୍କ ସଂସ୍କୃତି ଓ ଐତିହକୁ ଏମାନେ ପରିବର୍ତ୍ତନ ନାଁ ରେ ସମାପ୍ତ କରିବାକୁ ବସିଲେଣି । ଆମ ଶ୍ରୀକ୍ଷେତ୍ରକୁ କମର୍ସିଆଲ ସେଣ୍ଟର କରିବାକୁ ଚାହୁଁଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ପୂରା ଯୋଜନା କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ କାମ କରିଥିଲେ ବୋଲି କହିଛନ୍ତି ଶାହା ।

ଆହୁରି ମଧ୍ୟ ସେ କହିଛନ୍ତି, ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଶାନ୍ତି ମିଳୁଥିବ । ଓଡ଼ିଶାରେ ଓଡ଼ିଆ ଭାଷା ଓ ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି । ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି ।

Leave A Reply

Your email address will not be published.