Latest Odisha News

BREAKING NEWS

ସମ୍ବଲପୁରରେ ଅମିତ ଶାହାଙ୍କ ରଣହୁଙ୍କାର: ନବୀନ ବାବୁ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ତଣ୍ଟି ଚିପୁଛନ୍ତି

‘ବିଜେପି ସରକାର ଆସିଲେ ଓଡିଆରେ ପଢା ହେବ ମେଡିକାଲ ପାଠ । ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ । ଓଡିଆରେ ବଢିଥିବା ଓ ପଢିଥିବା ସରଳ ପିଲା ଡାକ୍ତରି ଶିକ୍ଷା ସହଜରେ ପଢିପାରିବେ ।’

ସମ୍ବଲପୁର: ଆଜି ଗଙ୍ଗାଧର ମେହେରଙ୍କ ଆତ୍ମାଙ୍କୁ ଶାନ୍ତି ମିଳିଥିବ, କାରଣ ୨୫ ବର୍ଷ ପରେ ଓଡିଶାର ଭାଷା ଓ ସାହିତ୍ୟ, କଳା ଓ ସଂସ୍କୃତିର ଆଧାରରେ ସରକାର ଗଠନ ହେବାକୁ ଯାଉଛି । ଦେଶର ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉତ୍ତର ପୂର୍ବ, ମଧ୍ୟ ସବୁଠି ଡବଲ ଇଞ୍ଜିନ ସରକାର ଚାଲିଛି । ଆଉ ଏବେ ଓଡିଶାରେ ବି ହେବାକୁ ଯାଉଛି ଡବଲ ଇଞ୍ଜିନ ସରକାର ।

୫ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ମୋଦି ୩୧୦ ପାର କରିଗଲେଣି । ଆଉ ୬ ଓ ୭ ପର୍ଯ୍ୟାୟରେ ମୋଦି ସରକାର ୪୦୦ ପାର୍ କରିଯିବ । ଓଡିଶାବାସୀଙ୍କୁ କେବଳ ମୋଦିଙ୍କୁ ୪୦୦ ପାର କରାଇବାର ନାହିଁ, ଏଥର ଓଡିଶା ବିଧାନସଭାରେ ବି ୭୫ ରୁ ଅଧିକ ଆସନରେ ପଦ୍ମ ଫୁଟାଇବାକୁ ହେବ । ଓଡିଶାର କଳା, ସଂସ୍କୃତିର ଓ ଅସ୍ମିତାର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ।

ଏହା ପରେ ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ବର୍ଷିଛନ୍ତି । ସେ କହିଛନ୍ତି, ନବୀନ ସରକାର, ଖାଲି ଅଖାର ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଯଦି ସାହାସ ଅଛି ଚାଉଳ ଦିଅନ୍ତୁ । ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ । ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ । ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି। ପେସା ଆଇନ ମଧ୍ୟପ୍ରଦେଶରେ ଲାଗୁ ହୋଇଛି, ଓଡ଼ିଶାରେ ବି ଲାଗୁ କରିବୁ ବୋଲି କହିଛନ୍ତି ଅମିତ ଶାହ ।

ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିଯିବାକୁ ବ୍ୟବସ୍ଥା କରୁଛି । କିନ୍ତୁ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି । ନବୀନ ବାବୁ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ତଣ୍ଟିଚିପିବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି । ଓଡ଼ିଶାର ଶାସନ ଓଡ଼ିଶା ମାଟିର ସନ୍ତାନ ହିଁ କରିବ ବୋଲି ଦୃଢ଼ୋକ୍ତିର ସହ ଗର୍ଜିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଜଗନ୍ନାଥଙ୍କ ସଂସ୍କୃତି ଓ ଐତିହକୁ ଏମାନେ ପରିବର୍ତ୍ତନ ନାଁ ରେ ସମାପ୍ତ କରିବାକୁ ବସିଲେଣି । ଆମ ଶ୍ରୀକ୍ଷେତ୍ରକୁ କମର୍ସିଆଲ ସେଣ୍ଟର କରିବାକୁ ଚାହୁଁଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ପୂରା ଯୋଜନା କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ କାମ କରିଥିଲେ ବୋଲି କରିଛନ୍ତି ଶାହା ।

ସେହିପରି ସମ୍ବଲପୁର ସଭାରେ ଶାହ ଆହୁରି କହିଛନ୍ତି, ବିଜେପି ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାର ଆସିଲେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ ଓଡିଆରେ ପଢାହେବ । ଯଦିଓ ଇଞ୍ଜିନିୟରିଂ କିଛି ସ୍ଥାନରେ ଓଡିଆରେ ଆରମ୍ଭ ହୋଇଛି, କିନ୍ତୁ ମେଡିକାଲ ପାଠ ଓଡିଆରେ ଆରମ୍ଭ କରାଯିବ, ଏହା ମୋଦୀଙ୍କ ଗ୍ୟାରେଣ୍ଟି । ଓଡିଆରେ ବଢିଥିବା ଓ ପଢିଥିବା ସରଳ ପିଲା ଡାକ୍ତରି ଶିକ୍ଷା ସହଜରେ ପଢିପାରିବେ । ବିଜେପି ତାର ସଂକଳ୍ପ ପତ୍ରରେ ଘୋଷଣା କରିଛି ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ । ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ । ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ ବୋଲି ଶାହ କହିଛନ୍ତି । ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ । ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି । ଆଗାମୀ ୨୫ ବର୍ଷ, ଭାରତର ୨୫ ବର୍ଷ ହେବ । ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave A Reply

Your email address will not be published.