Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ବିଦେଶିନୀ, ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ । ସମ୍ପୃକ୍ତ ଅଣହିନ୍ଦୁ ଜଣକ ହେଉଛନ୍ତି ଜଣେ ବିଦେଶିନୀ । ଯାହର ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିଦେଶୀ ମହିଳା ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଦେଖିବାକୁ ମିଳିଛି । ଭିଡିଓ ରେ ମହିଳା ଜଣଙ୍କ ଶ୍ରୀମନ୍ଦିର ଭିତରକୁ କିଛି ବାଟ ଯାଇଥିବାବେଳେ, ତାଙ୍କୁ ପୋଲିସ ବାହାରକୁ ଆଣିଛାଡିଛନ୍ତି ।

ତେବେ ଏତେ କଡା ସୁରକ୍ଷା ଭିତରେ କିପରି ଏହି ବିଦେଶୀ ମହିଳା ଜଣଙ୍କ କିପରି ମନ୍ଦିର ଭିତରକୁ ପ୍ରବେଶ କଲେ ସେନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ରବିବାର ମଧ୍ୟାହ୍ନ ସମୟରେ ବିଦେଶିନୀ ଜଣକ ସିଂହଦ୍ବାର ଦେଇ ସାତ ପାହାଚ ନିକଟରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତି ଥିବା ସେବାୟତ ମାନେ ତାଙ୍କୁ ଚିହ୍ନଟ କରି ପୋଲିସ କୁ କହିଥିଲେ । ପୋଲିସ ଉକ୍ତ ମହିଳାଙ୍କୁ ଆଣିବାହାରେ ଛାଡିଥିଲେ । ତେବେ ମହିଳାଙ୍କ ହାତରେ ଭୋଗ ଧରିଥିବାର ଦେଖିବାକୁ ମିଳିଛି ।

ତେବେ ସମ୍ପୃକ୍ତ ବିଦେଶିନୀ ମନ୍ଦିର ଭିତରକୁ ଜାଣିଶୁଣି ଯାଇଥିଲେ କି ତାଙ୍କୁ ଶ୍ରୀମନ୍ଦିରରେ ଭର୍ତ୍ତି କରାଯାଇଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.