Latest Odisha News

BREAKING NEWS

ରିଲ୍ସ କରିବା ସମୟରେ ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ: ମୋବାଇଲରେ ରିଲ୍ସ ତିଆରି କରିବା ଏବେ ସମସ୍ତଙ୍କ ପାଇଁ ଏକ ପ୍ରକାର ନିଶା ସଦୃଶ ହୋଇଯାଇଛି । ତେବେ ଅନେକ ସମୟରେ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବାବେଳେ ଅସାବଧାନତା କାରଣରୁ ଅକାଳରେ ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଆଜି ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲାରୁ ।

ବ୍ରିଜ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ନଦୀ ଭିତରକୁରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ତାଙ୍କ ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିବାବେଳେ, ଏହି ରିଲ୍ସ ତିଆରି କରୁଥିଲେ ବୋଲି ସୂଚନା ରହିଛି ।

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ବହୁ ପରିଶ୍ରମ ପରେ ଅମ୍ବିକାକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.