Latest Odisha News

BREAKING NEWS

ଶ୍ୱଶୁର ଘର ଗାଁରୁ ମିଳିଲା ଜ୍ୱାଇଁର ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା ବୋଲି ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘ ବର୍ଷ ହେବ ବଂଶୀ ତାଙ୍କ ଶ୍ବଶୁର ଘର ଗାଁ ମାଲପଡାରେ ରହୁଥିଲେ । ଗତକାଲି ରାତିରେ ବଂଶୀ ନିଜ ଶଳା ସହ ମିଶି ପୋଖରୀକୁ ମାଛ ଧରିବାକୁ ଯାଇଥିଲେ ।

ଶଳା ଘରକୁ ଫେରିଥିବାବେଳେ ବଂଶୀ କିନ୍ତୁ ଘରକୁ ଫେରିନଥିଲେ  । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ  । ହେଲେ ନିରାଶ ହୋଇଥିଲେ । ଆଜି ସକାଳେ ବଂଶୀଙ୍କର ମୃତଦେହ ଉଦ୍ଧାର କରାଯାଇଛି  ।  ତେବେ ମାଛ ମାରିଥିବା ସ୍ଥାନରେ ବିଦ୍ୟୁତ ତାର ସଂଯୋଗ କରାଯାଇଥିଲା। କରେଣ୍ଟ ଦେଇ ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ବଂଶୀଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଘଟଣାର ଛାନଭିନ୍ କରୁଛି  ।

Leave A Reply

Your email address will not be published.