Latest Odisha News

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି।

ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ।

ଦେଉଳ ଭିତରେ ଚାଲିଛି ଦାରୁ ଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଦେଉଳ ବାହାରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର ଆକାଶ ।

ଶ୍ରୀମନ୍ଦିରର ମୁକୁଟ ପରି ଆକାଶରେ ଶୋଭାବର୍ଦ୍ଧନ କରୁଛି ଇନ୍ଦ୍ରଧନୁର ବଳୟ। ଆଖିରେ ଦେଖିଲେ ଯେତିକି ସୁନ୍ଦର ଲାଗୁଛି ମନକୁ ଭାବିଲେ ଲାଗୁଛି ସେତିକି ଆଶ୍ଚର୍ଯ୍ୟ। ଲୀଳାମୟଙ୍କ ଅପାର ଲୀଳାର ଏହା ଆଉ ଏକ ଉଦାହରଣ।

ଅନ୍ୟପଟେ ଆଜି ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ସକାଳ ୭ଟାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଏହି ଅଲୌକିକ ବେଶ । ଭୋର୍ ୪ଟା ୪୫ରୁ ଆରମ୍ଭ ହେବାର ଥିଲେ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ବିଳମ୍ବ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.