Latest Odisha News

BREAKING NEWS

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା’ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି ରୀତିନୀତିଗୁଡିକୁ ଲୋକମାନେ ଅନୁସରଣ କରିଆସୁଛନ୍ତି । କିନ୍ତୁ ଭାରତର ଏପରି ଏକ ଗାଁ ରହିଛି ଯେଉଁଠାରେ ବିବାହ ପରେ ଝିଅ ବିଦା ସମୟରେ ଝିଅକୁ ବିଧବା ପରି ବିଦା କରାଯାଇଥାଏ ।  ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି, ହେଲେ ମଧ୍ୟପ୍ରଦେଶର ଏକ ସମ୍ପ୍ରଦାୟ ଏବେ ମଧ୍ୟ ଏହିପରି ରୀତିନୀତିକୁ ଅନୁସରଣ କରୁଛନ୍ତି । ଝିଅ ବିଦା ସମୟରେ ଖୋଦ୍ ଝିଅର ପିତାମାତା ଝିଅକୁ ବିଧବା ବେଶରେ ବିଦା କରନ୍ତି । ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଅବସ୍ଥିତ ଭୀମଦୋଙ୍ଗ୍ରି ଗ୍ରାମରେ ଭିନ୍ନ ଏକ ଆଦିବାସୀ ସମାଜର ଲୋକମାନେ ବସବାସ କରନ୍ତି । ଏହି ଆଦିବାସୀ ସମ୍ପ୍ରଦାୟର ବିବାହ ମଧ୍ୟ ଅନ୍ୟ ଭାରତୀୟ ବିବାହ ପରି ହୋଇଥାଏ । କିନ୍ତୁ ବିବାହ ପରେ ଅଜବ ରୀତିନୀତି ପାଳନ କରାଯାଇଥାଏ ।

ବିଧି ପୁର୍ବକ ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା ପରେ, ଯେତେବେଳେ ବିଦାୟ ଦେବାର ସମୟ ଆସେ, ସେତେବେଳେ ଝିଅକୁ ଧଳା ରଙ୍ଗର ଶାଢ଼ି ପିନ୍ଧାଯାଏ । ବାସ୍ତବରେ ଏହି ପ୍ରଥା ପଛରେ ଏକ ବିଶେଷ କାରଣ ରହିଛି । ଏହି ଗାଁର ଲୋକମାନେ ଗୋଷ୍ଠି ଧର୍ମ ଅନୁସରଣ କରନ୍ତି। ଏହି ଲୋକମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରନ୍ତି । ଏହା ଛଡ଼ା ଏହି ରଙ୍ଗ ମଧ୍ୟ ପବିତ୍ର ବୋଲି କୁହାଯାଏ, ଯେଉଁଥରେ କୌଣସି ବ୍ୟଭିଚାର ନାହିଁ । ତେଣୁ ବିବାହରେ ଧଳା ପୋଷାକ ପିନ୍ଧିବା ଶୁଭ ବୋଲି ଧରାଯାଏ । ଏଠାକାର  ଲୋକମାନେ ଆଦିବାସୀ ରୀତିନୀତିଠାରୁ ଏକ ଭିନ୍ନ ନିୟମ ଅନୁସରଣ କରନ୍ତି । ଏହି ଗାଁରେ ମଦ ନିଷେଧ ରହିଥିବାବେଳେ ଧଳା ପୋଷାକ ପିନ୍ଧିବା ବ୍ୟତୀତ ଅନେକ ନିୟମ ପାଳନ କରାଯାଏ । ଏହି ସମ୍ପ୍ରଦାୟରେ କନ୍ୟା ଘର ବ୍ୟତୀତ ବରର ଘରେ ମଧ୍ୟ ୭ ଭେରା ନେବାର ପ୍ରଥା ରହିଛି । କନ୍ୟା ଘର ବିବାହ ମଣ୍ଡପରେ ୪ ଭେରା ଓ ଅବଶିଷ୍ଟ ୩ ଭେରା ବର ଘରେ ନିଆଯାଇଥାଏ ।

Leave A Reply

Your email address will not be published.