Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ମେ’ ୬ ତାରିଖ ଅର୍ଥାତ୍ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଏନେଇ ରବିବାର ସିଆଇଏସସିଇ ପକ୍ଷରୁ ସୂଚନା ରହିଛି ।

BjdElectrycity

ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀ cisce.org ଏବଂ results.cisce.org ଓ୍ବେବସାଇଟ୍‌ ଭିଜିଟ୍ କରି ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଯଦି ରେଜଲ୍ଟରେ କୌଣସି ପ୍ରକାର ତୃଟି ଥାଏ ତେବେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ । ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ପାଇଁ ୧ ହଜାର ଟଙ୍କା ଥିବା ବେଳେ ରିଭାଲୁଏଶନ ପାଇଁ ୧୫୦୦ ଟଙ୍କା ରହିଛି ।

ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ରିଚେକିଂ ପାଇଁ ଆବେଦନ କରିପାରିବେ । ଏହାପରେ ଏକ ମାସ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ । ସେହିପରି ରିଭାଲୁଏଶନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

ଯେଉଁ ଛାତ୍ରୀଛାତ୍ର ସେମାନଙ୍କ ମାର୍କରେ ଉନ୍ନତି ଚାହୁଁଥିବେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । କିନ୍ତୁ ତାହା ସର୍ବାଧିକ ୨ଟି ବିଷୟରେ ଦେଇହେବ । ଏହି ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛି ସିଆଇଏସସିଇ ।

Leave A Reply

Your email address will not be published.