Latest Odisha News

ଗୁଣୁପୁରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତକାଲି ୨୫ ତାରିଖରୁ ଆରମ୍ଭ ହୋଇ ଏହି ମେଳା ଆଜି ଦୁଇ ଦିନ ଧରି ଗୁଣୁପୁର ଚଇତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମେଳାକୁ ପ୍ରଥମ ଦିନ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ଏବଂ ଦ୍ୱିତୀୟ ଦିନ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଉଦଘାଟନ କରିଥିଲେ । ଏହି ମେଳାରେ କୃଷି ସମ୍ପର୍କିତ ବିଭିନ୍ନ କୃଷି ଯନ୍ତ୍ରପାତି କୁ ନେଇ ୨୬ ଟି ଷ୍ଟଲ ଖୋଲାଯାଇଥିଲା । ସବୁ ବର୍ଗ ର ଚାଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଥିବା ଜିଲ୍ଲା କୃଷି ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାରୁ କିଛି ଚାଷୀଙ୍କୁ ପ୍ରଥମ ଦିନ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିନ ରେ ଜିଲ୍ଲାସ୍ତରୀୟ କୃଷି ମେଳାରେ ଗୁଣୁପୁର ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁଙ୍କୁ ବିଧାୟକ ରଘୁନାଥ ଗମାଙ୍ଗ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ଉତ୍ତମ କୁମାର ଦାସ, ସନ୍ତୋଷ ରଥ ଏବଂ ଭାଗ୍ୟଶ୍ରୀ ମଲ୍ଲିକ ପରିଚାଳନା କରିଥିଲେ । ଏହି ମେଳାରେ ଜିଲ୍ଲାରୁ ବହୁ ଚାଷୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.