ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ଆଦି ରଖିବାକୁ ପସନ୍ଦ କରିଥାନ୍ତି। ହେଲେ ଅନେକ ଲୋକଙ୍କର ସଉକ ବେଶ୍ ଅଜବ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି ନିଅନ୍ତି। ଆମେରିକାର ସେନା ବିଭାଗରୁ ଅବସର ନେବାପରେ ମିଶେଲ କାଲିଫର୍ନିଆରେ ରହୁଛନ୍ତି।
ତାଙ୍କୁ ଜୀବଜନ୍ତୁ ବହୁତ ଭଲ ଲାଗନ୍ତି। ତେଣୁ ସେ ଘରେ ଭିନ୍ନ ଭିନ୍ନ ପ୍ରକାରର ଜୀବ ପୋଷିଛନ୍ତି। ଏହି ପେଟ୍ ମଧ୍ୟରେ ୫୦ଟି ମୂଷା ବି ଅଛନ୍ତି। ଏସବୁ ହେଉଛି ସେହି ମୂଷା ଯାହାକୁ ଘରୁ ବାହାର କରିବା ଲାଗି ସମସ୍ତେ ବିଭିନ୍ନ ଉପାୟ ଆପଣାଇଥାନ୍ତି।
ମିଶେଲ ରଖିଥିବା ମୂଷାଙ୍କ ଭିତରେ ୨୫ଟି ମାଈ ଓ ୨୫ଟି ଅଣ୍ଡିରା ମୂଷା ଅଛନ୍ତି। ୨୦୧୮ରେ ସେ ପ୍ରଥମେ ଦୁଇଟି ମୂଷା ଆଣିଥିଲେ। ପରେ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ବଢି ବଢି ଏବେ ୫୦ରୁ ଉର୍ଦ୍ଧ୍ୱ ହେଇଗଲାଣି। ଏହିସବୁ ମୂଷାଙ୍କୁ ସେ ବେଶ୍ ଯତ୍ନର ସହ ରଖିଛନ୍ତି। ମିଶେଲଙ୍କ ଘରେ ବିଲେଇ ବି ଅଛନ୍ତି। ହେଲେ ମୂଷା ଓ ବିଲେଇମାନଙ୍କ ସମ୍ପର୍କ ଏତେ ଭଲ ଯେ, ବିଲେଇ ମୂଷାମାନଙ୍କର କିଛି କ୍ଷତି କରନ୍ତି ନାହିଁ। ମିଶେଲ କୁହନ୍ତି, ମୋ ମୂଷାଗୁଡିକ ଭାରି ମିଶାଣିଆ। ଭୋକ ହେଲେ ସେମାନେ ମୋ ପାଖକୁ ଦୌଡି ଆସନ୍ତି। ଏମାନେ ଘରେ କିଛି ନଷ୍ଟ ବି କରନ୍ତି ନାହିଁ।
BREAKING NEWS
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
Comments are closed.