ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ଆଦି ରଖିବାକୁ ପସନ୍ଦ କରିଥାନ୍ତି। ହେଲେ ଅନେକ ଲୋକଙ୍କର ସଉକ ବେଶ୍ ଅଜବ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି ନିଅନ୍ତି। ଆମେରିକାର ସେନା ବିଭାଗରୁ ଅବସର ନେବାପରେ ମିଶେଲ କାଲିଫର୍ନିଆରେ ରହୁଛନ୍ତି।
ତାଙ୍କୁ ଜୀବଜନ୍ତୁ ବହୁତ ଭଲ ଲାଗନ୍ତି। ତେଣୁ ସେ ଘରେ ଭିନ୍ନ ଭିନ୍ନ ପ୍ରକାରର ଜୀବ ପୋଷିଛନ୍ତି। ଏହି ପେଟ୍ ମଧ୍ୟରେ ୫୦ଟି ମୂଷା ବି ଅଛନ୍ତି। ଏସବୁ ହେଉଛି ସେହି ମୂଷା ଯାହାକୁ ଘରୁ ବାହାର କରିବା ଲାଗି ସମସ୍ତେ ବିଭିନ୍ନ ଉପାୟ ଆପଣାଇଥାନ୍ତି।
ମିଶେଲ ରଖିଥିବା ମୂଷାଙ୍କ ଭିତରେ ୨୫ଟି ମାଈ ଓ ୨୫ଟି ଅଣ୍ଡିରା ମୂଷା ଅଛନ୍ତି। ୨୦୧୮ରେ ସେ ପ୍ରଥମେ ଦୁଇଟି ମୂଷା ଆଣିଥିଲେ। ପରେ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ବଢି ବଢି ଏବେ ୫୦ରୁ ଉର୍ଦ୍ଧ୍ୱ ହେଇଗଲାଣି। ଏହିସବୁ ମୂଷାଙ୍କୁ ସେ ବେଶ୍ ଯତ୍ନର ସହ ରଖିଛନ୍ତି। ମିଶେଲଙ୍କ ଘରେ ବିଲେଇ ବି ଅଛନ୍ତି। ହେଲେ ମୂଷା ଓ ବିଲେଇମାନଙ୍କ ସମ୍ପର୍କ ଏତେ ଭଲ ଯେ, ବିଲେଇ ମୂଷାମାନଙ୍କର କିଛି କ୍ଷତି କରନ୍ତି ନାହିଁ। ମିଶେଲ କୁହନ୍ତି, ମୋ ମୂଷାଗୁଡିକ ଭାରି ମିଶାଣିଆ। ଭୋକ ହେଲେ ସେମାନେ ମୋ ପାଖକୁ ଦୌଡି ଆସନ୍ତି। ଏମାନେ ଘରେ କିଛି ନଷ୍ଟ ବି କରନ୍ତି ନାହିଁ।
BREAKING NEWS
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
Comments are closed.