Latest Odisha News

BREAKING NEWS

ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ

ନବରଙ୍ଗପୁର: ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ ଭଳି ଉକ୍ତିକୁ ଭୁଲ ପ୍ରମାଣିତକରି ଦେଖାଇଛନ୍ତି ଯୁବକ । ମାତ୍ର ୨୧ ବର୍ଷ ବୟସ ରେ  ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଭଳି ଉପାନ୍ତ ଅଞ୍ଚଳର ଧିରଜ ଟାକ୍ରୀ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଗ୍ରାମର ନରେଶଚନ୍ଦ୍ର ଟାକ୍ରୀ ଓ କୁମାରୀ ଟାକ୍ରିଙ୍କ ମଝିଆ ପୁଅ ଧିରଜ ଟାକ୍ରୀ । ଧିରଜ ତେନ୍ତଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ହାଇସ୍କୁଲରୁ ୧୦ ମ ପାସକରିବାପରେ ଇନ୍ଦ୍ରାବତୀ କଲେଜରେ ଯୁକ୍ତଦୁଇ ବିଜ୍ଞାନ ପାଠ ପଢିଥିଲେ । କିନ୍ତୁ ଯୁକ୍ତ ୨ ରେ କୃତକାର୍ଯ୍ୟ ହୋଇପାରିନଥିଲେ । ଏହାପରେ ସେ ଆଉ ପାଠ ନପଢ଼ି କିଛି ଭିନ୍ନ କରିବାର ପ୍ରୟାସରେ ଦୀର୍ଘ ଚାରିବର୍ଷ ଧରି ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିଖିଲେ । ବର୍ତ୍ତମାନ ଅମେରିକାନ ଇଂରାଜୀ କେମିତି କହିବାକୁ ହୁଏ ଏହାର ଭିଡିଓ ନିଜେ ରେକର୍ଡ କରି ୟୁଟ୍ୟୁବ,ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ଜାତୀୟ ସ୍ଥରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଧିରଜଙ୍କ ୟୁଟ୍ୟୁବ୍ ରେ ୨୦୨୩ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା କେବଳ ୧୬୫ ଜଣ ଫଲୋର୍ସ ଥିଲେ । କିନ୍ତୁ ମାତ୍ର ୩ମାସ ମଧ୍ୟରେ ଅର୍ଥାତ୍ ଆଜି ଧିରଜଙ୍କ ଆକାଉଣ୍ଟରେ ୯ ଲକ୍ଷ ଫଲୋର୍ସ । ଏହାବ୍ୟତୀତ ତାଙ୍କର ବିଦେଶରେ ମଧ୍ୟ ବହୁତ  ଜଣ ଫୋଲୋଅର୍ସ ରହିଛନ୍ତି । ଆଜି ପର୍ଯ୍ୟନ୍ତ ଧିରଜ ୯୩ ଟି ଭିଡିଓ ଅପଲୋଡ଼ କରିଛନ୍ତି।

ଧିରଜଙ୍କ ବାପା ନରେସଚନ୍ଦ୍ର ଜଣେ ସାଇକଲ ମରାମତି ଦୋକାନ କରି ୫ ପୁଅଝିଅଙ୍କ ସମେତ ପରିବାରର ପେଟ ପୋଷୁଥିଲେ । ନିଜେ ବେସି କିଛି ପାଠ ପଢ଼ିନଥିଲେ ମଧ୍ୟ ଧିରଜଙ୍କ କିଛି ନୂଆ କରିବାର ଅଭିଳାସକୁ ପୂର୍ଣ୍ଣ ସମର୍ଥନ କରିଥିଲେ ବାପା ନରେସଚନ୍ଦ୍ର ଓ ପରିବାରଲୋକ । ଧିରଜ ଉପରେ ତାଙ୍କ ପରିବାର ରଖିଥିବା ବିଶ୍ୱାସକୁ ଆଜି ପୁରଣ କରିଛନ୍ତି ଧିରଜ । ଆଜି ଧିରଜଙ୍କର ଆମେରିକାର ୧୮ ହଜାର, କାନାଡ଼ାର ୯ ହଜାର, ୟୁକେର ପାଖାପାଖି ୮ ହଜାର ଫଲୋର୍ସ ରହିଛନ୍ତି । ଧିରଜ ପୋଷ୍ଟ କରିଥିବା ଭିଡିଓକୁ ୧୨ କୋଟିରୁ ଉର୍ଦ୍ଧ୍ବ ଲୋକେ ଦେଖୁଛନ୍ତି । ସେହିଭଳି ୟୁଟ୍ୟୁବରେ ୬ ହଜାର, ଇନଷ୍ଟାଗ୍ରାମରେ ୯ ଲକ୍ଷ ୫ ହଜାର ଲୋକ ଧିରଜଙ୍କ ସହ ଯୋଡିହୋଇ ରହିଛନ୍ତି । ଧିରଜଙ୍କ ଫ୍ୟାନ ଫଲୋର୍ସ ଓ ଭିଉଅର୍ସ ଦେଖି ଆଜି ଦେଶବିଦେଶର ବିଭିନ୍ନ ବ୍ରାଣ୍ଡ କମ୍ପାନୀ ଗୁଡିକରୁ ତାଙ୍କ ପାଇଁ ପ୍ରଚାର କରିବା ପାଇଁ କଲ ଆସୁଛି । ଧିରଜରଏହି ସଫଳତା କୁ ନେଇ ତାଙ୍କ ପରିବାର ସମ୍ପର୍କୀୟ ଓ ସାଙ୍ଗ ସାଥି ମାନେ ବେଶ ଗୌରବାନ୍ବିତ ମନେ କରିଛନ୍ତି । ତେବେ ଆଗାମୀ ଦିନରେ ଅମେରିକାନ ଇଂରାଜୀ ସହ ଅନ୍ୟାନ୍ୟ ଇଂରାଜୀ ଭାଷାକୁ ଶିକ୍ଷାଦେବାପାଇଁ ସେ ଗୋଟେ କୋଚିଂ ସେଣ୍ଟର ଖୋଲିବା ପାଇଁ ଲକ୍ଷ ରଖିଛନ୍ତି।

Leave A Reply

Your email address will not be published.