Latest Odisha News

BREAKING NEWS

ଏଟିଏମ୍ ମେସିନ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ସମୟରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ପୁଣି ଏଟିଏମ୍ ମେସିନ କାଟି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଥିବା ଖବର ସାମ୍ନାକୁ ଆସିଛି ।

ବାଲେଶ୍ବର ଜିଲ୍ଲା ଖଇରାର ତୁଡିଗଡିଆରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଗ୍ୟାସ କଟରରେ କାଟି ଏଟିଏମ୍ ରୁ ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା । ଖବରପାଇ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି ପୋଲିସ ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ଆସି ଗ୍ୟାସ୍ କଟର ସହାୟତାରେ ଏକ୍ସିସ୍ ବ୍ୟାଙ୍କ ଏଟିଏମ୍ ମେସିନ କୁ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଆଜି ଭୋର ସମୟ ରେ ଏହି ଲୁଟ୍ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.