ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି ।
ଯୁବକ ଜଣକ ରାଉରକେଲାରୁ ଆସିଥିଲେ ଏବଂ ତାଙ୍କ ନାଁ ମୁକ୍ତିକାନ୍ତ ବିଶ୍ୱାଳ । ସେ ବିଭିନ୍ନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ । ୭ ଦିନ ଧରି ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ । ହେଲେ ମୁ୍ଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇ ନ ଥିଲେ ।
ଆଜି ସକାଳୁ ସେ ହଠାତ ସେ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଯାଇଥିଲେ । ମୁକ୍ତିକାନ୍ତ ହାତରେ ଏକ ବୋତଲ ଧରିଛନ୍ତି । ତେବେ ସେ ବୋତଲରେ କ’ଣ ଅଛି ତାହା ସ୍ପଷ୍ଟ ଜଣାପଡୁନି । ମୁକ୍ତିକାନ୍ତଙ୍କୁ ତଳକୁ ଆଣିବା ପାଇଁ ଦମକଳବାହିନୀ, ପୋଲିସ ଫୋର୍ସ ପହଞ୍ଚିଛନ୍ତି । ମୁକ୍ତିକାନ୍ତଙ୍କୁ ବୁଝାଶୁଝା କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆସିଲେ ସେ ଓହ୍ଲାଇବେ ବୋଲି ଜିଦ ଧରି ବସିଛନ୍ତି ।
ଦିନ ୧୧ଟାରୁ ୨ଟା ବାଜିଥିଲେ ହେଁ ଏ ପର୍ଯ୍ୟନ୍ତ ସେ ହୋର୍ଡିଂ ଉପରୁ ଓହ୍ଲାଇ ନାହାନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି । ମୁକ୍ତିକାକ୍ତଙ୍କ ବାପା ପୁଅକୁ ଓହ୍ଲାଇ ଆସିବା ପାଇଁ ଅନୁରୋଧ କରିଛନ୍ତି । ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଉଛି । ତେବେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବା ଜିଦ୍ରେ ମୁକ୍ତିକାନ୍ତ ଅଡ଼ି ବସିଛନ୍ତି।
Comments are closed.