Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଟିମ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିଦର୍ଶନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଏକ ପ୍ରତିନିଧୀ ଦଳ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଲାଗି କେବଳ ପାଠ୍ୟକ୍ରମରେ ଅନ୍ତଭୃକ୍ତ କରିଦେଲେ ହେବନାହିଁ ବରଂ ଜଣେ ଶିଶୁର ସମସ୍ତ କ୍ଷେତ୍ରରେ ବିକାଶ ହିଁ ଉପଯୁକ୍ତ ଶିକ୍ଷା ଅଟେ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟକାରୀ ସଭାପତି ତଥା ଉପଦେଷ୍ଟା ଡଃ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍କୁଲ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହ ଗୁଡ଼ିକର ପ୍ରିନିସିପାଲ, କାର୍ଯ୍ୟକର୍ତ୍ତା ଏବଂ ଓଏଭିଏସର ରାଜ୍ୟ ଯୋଜନା ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ସାମିଲ୍ ରହିଥିଲେ ।

ଉନ୍ନତ ମାନର ସିବିଏସଇ ପାଠ୍ୟକ୍ରମର ଉନ୍ନତି ଲାଗି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କହିଛନ୍ତି ଡଃ ସାହୁ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏକ ସୌହାର୍ଦ୍ଦମୂଳକ ବାତାବରଣ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ବୋଲି ଡଃ ସାହୁ ଏହି ଅବସରରେ କହିଛନ୍ତି ।

ଏହି ଅବସରରେ ଡଃ ସାହୁ ପରାମର୍ଶ ଦେଇ କହିଛନ୍ତି ଯେ, କେତେକ ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ କରିବା ଉଚିତ୍ । ଶିଶୁମାନଙ୍କର ବୌଦ୍ଧିକ ବିକାଶ ସହିତ ସମସ୍ତ ପ୍ରକାରର ଉନ୍ନତିକୁ ସର୍ବ ପ୍ରଥମେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆଦର୍ଶ ବିଦ୍ୟାଳୟ ସଂଗଠନର ଆଭିମୁଖ୍ୟ:

  •  ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ
  •  ପୁସ୍ତକ ଅଧ୍ୟୟନ କରିବା ଏବଂ ଅଧ୍ୟୟନକୁ ଉତ୍ସାହିତ କରିବା ଆବଶ୍ୟକ
  •  ୭ଟି ଜ୍ଞାନୋଦ୍ଦିପ ଦକ୍ଷତାକୁ ବୃଦ୍ଧି କରାଯିବା ଉଚିତ
  •  ସ୍ୱତନ୍ତ୍ର ଶିକ୍ଷକ ତାଲିମ୍‌
  •  ଭାଷଣ ଦେବାର ଅଭ୍ୟାସ ଓ ସୁଯୋଗ ସୃଷ୍ଟି
  •  ଭାଷା ଲ୍ୟାବ ସୃଷ୍ଟିକରି ଇଂରାଜୀ ତାଲିମ
  •  ପାଠ୍ୟକ୍ରମରେ ଉନ୍ନତି ସକାୋ ଇଆରପିକୁ ଇନଷ୍ଟାଲ କରାଯିବା ଉଚିତ

ଏହି ଅବସରରେ ଯୋଜନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏହା ସମସ୍ତ ପ୍ରିନିସିପାଲମାନଙ୍କ ଲାଗି ଏକ ନୂତନ ଅନୁଭୂତି । “ମୁଁ ଡଃ ସାହୁଙ୍କୁ ଏଥିଲାଗି ଅଜସ୍ର ଧନ୍ୟବାଦ ଅର୍ପଣ କରୁଛି ଏବଂ ତାଙ୍କରି ନେତୃତ୍ୱରେ ସମସ୍ତେ ଦୁଇଟି ସ୍କୁଲକୁ ପରିଦର୍ଶନ କରିପାରିଛନ୍ତି । ଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରାଯିବା ସମ୍ପର୍କରେ ଅନେକ ତଥ୍ୟ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିଦର୍ଶନରେ ଅବଗତ ହୋଇପାରିଛୁ । ତେବେ ଯାହାବି ହେଉ ଏକ ସମୃଦ୍ଧ ଭାରତ ଗଠନ କରିବାକୁ ହେଲେ ଶିକ୍ଷାର ମାନବୃଦ୍ଧି ନିତାନ୍ତ ଆବଶ୍ୟକ, ” ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.